STORYMIRROR

Sangeeta Barik

Horror Thriller

3  

Sangeeta Barik

Horror Thriller

ପ୍ରେତାତ୍ମା ଓ ଭୂତକୋଠି

ପ୍ରେତାତ୍ମା ଓ ଭୂତକୋଠି

2 mins
173

   

ହରିପୁର ଗ୍ରାମଟି ବେଶୀ ବଡ ନହେଲେ ବି ଅତି ଛୋଟ ମଧ୍ୟ ନୁହେଁ ।ପ୍ରାୟ ଚାଳିଶି କି ପଚାଶ ପାଖାପାଖି ଘର ହେବ । ଗ୍ରାମର ଦକ୍ଷିଣ ପଟକୁ ଶ୍ମଶାନ, ଆଉ ତାର ଦୁଇଶହ ମିଟର ଦୂରରେ ଏକ ପରିତ୍ୟକ୍ତ କୋଠା ଯାହାକି ଭୂତକୋଠି ନାମରେ ଜଣାଶୁଣା । ରାତିରେ ତ ଦୂରର କଥା ଦିନରେ ମଧ୍ୟ କୌଣସି ଲୋକ ସେହି କୋଠା ନିକଟକୁ ଯିବାପାଇଁ ସାହସ କରନ୍ତି ନାହିଁ । ସେ କୋଠାର ଏକ ଭୟାନକ ଅତୀତ ଅଛି । ବାପା ଜେଜେ ତାଙ୍କ ବାପା ଏମିତି କେତେ ପିଢି ପୂର୍ବ ସମୟରୁ ସେ କୋଠାଟି ଅଛି, କାହାକୁ ଜ୍ଞାତ ନାହିଁ ।କେବଳ ଏତିକି ଶୁଣାଯାଏ ଯେ ସେ ଘରେ ଗୋଟିଏ ନାରୀକୁ ଗର୍ଭବତୀ ଥିଲା ବେଳେ ତାଙ୍କ ଘର ଲୋକେ ତାକୁ ମାରି ଦେଇଥିଲେ । ତାପରେ ତାର ପ୍ରେତାତ୍ମା ପ୍ରତିଶୋଧ ପରାୟଣ ହୋଇ ସେ ପରିବାର କୁ ଧ୍ଵଂସ କରିଦେଲା । ଆଉ ଆଜି ଯାଏଁ ତାର ଭୂତ ସେହି ଘରେ ରହୂଛି । 


    ସେହି ଗାଆଁକୁ ନୂଆ କରି ଆସିଥାନ୍ତି ଇନ୍ସପେକ୍ଟର ରାଜେଶ । ତାଙ୍କର ସେ ଭୂତକୋଠି କୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଲା ମନରେ । ସେ ସ୍ଥିର କଲେ ସେଠାକୁ ଯାଇ ପ୍ରକୃତ ରହସ୍ୟ ଜାଣିବାକୁ । କିନ୍ତୁ ଗାଁ ଲୋକଙ୍କ ଠାରୁ ଅନେକ କିଛି ଶୁଣି ସେ ମଧ୍ୟ ଭୟଭୀତ ହୋଇ ପଡୁଥିଲେ ମନେ ମନେ । ଗାଆଁରେ କେତେକ ଯୁବକଙ୍କୁ କହିଲେ ସେହି ଭୂତକୋଠି କୁ ତାଙ୍କ ସହ ଯିବା ପାଇଁ ।କିନ୍ତୁ ସମସ୍ତେ ଅମଙ୍ଗ ହେଲେ ।ବହୁ କଷ୍ଟରେ ସେ ତାଙ୍କର ଜଣେ ନିମ୍ନସ୍ଥ କର୍ମଚାରୀ କୁ ରାଜି କରେଇ ସାଙ୍ଗରେ ନେଇ ଦିନ ଦ୍ଵିପ୍ରହରେ ସେହି କୋଠିକୁ ଗଲେ । ସେଠାରେ ପହଞ୍ଚି ସେମାନେ ଯାହା ଦେଖିଲେ ତାଙ୍କର ଆଶ୍ଚର୍ଯ୍ୟ ର ସୀମା ରହିଲା ନାହିଁ । କିଛି ମଦ ବୋତଲ ର ଭଗ୍ନାଶଂ ଆଉ କିଛି ଫିଙ୍ଗା ହୋଇଥିବା ବଳକା ଖାଦ୍ୟ । ଏସବୁ ଦେଖି ତାଙ୍କର ଆଉ କିଛି ବୁଝିବା ପାଇଁ ବାକି ନଥିଲା । କିଛି ସମୟ ଦେଖାଦେଖି କରି ଦୁହେଁ ଫେରି ଆସିଥିଲେ । ଏହି କଥାକୁ ଦୁହେଁ ଗୁପ୍ତ ରଖିଥିଲେ, ଯାହାର କି କିଛି ଖବର ଗାଁ ବାଲାଙ୍କ ପାଖରେ ନଥିଲା । ଠିକ୍ ଏକ ସପ୍ତାହ ପରେ ଦିନେ ଅର୍ଦ୍ଧ ରାତ୍ରିରେ ସେ ପୋଲିସ ଦଳବଳ ନେଇ ସେହି ଭୂତକୋଠି କୁ ଚାରିପଟରୁ ଘେରଉ କରିନେଲେ । ତାପରେ ଭିତରକୁ ଯାଇ ଯାହା ଦେଖିଲେ ତାଙ୍କର ଆଶ୍ଚର୍ଯ୍ୟ ର ସୀମା ରହିଲା ନାହିଁ । ବିଭିନ୍ନ ଅପରାଧରେ ସାମିଲ ହୋଇ ପୋଲିସର ଆଖିରେ ଧୁଳି ଦେଇ ଖସି ଯାଇଥିବା ଦୁର୍ଦ୍ଦାନ୍ତ ଅପରାଧୀ କୁ ସେ ସେଦିନ ଗିରଫ କରିଥିଲେ । ତାଙ୍କର ଟାର୍ଗେଟ ପୁରା ହେଲା କାରଣ ସେ ସେହି ଅପରାଧୀଙ୍କୁ ଧରିବା ପାଇଁ ସେହି ଗାଆଁକୁ ଯୋଜନାବଦ୍ଧ ଭାବେ ବଦଳି ହୋଇ ଆସିଥିଲେ । ସେହି ଦିନ ସେ ଭୂତକୋଠିର ରହସ୍ୟ ସର୍ବସମ୍ମୁଖରେ ଖୋଲିଗଲା ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror