STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ପ୍ରେରଣା

ପ୍ରେରଣା

1 min
136


ମାଆ ତୁମେ ମୂଳାଧାର ଅମୃତର ନିର୍ଝର

ପ୍ରେରଣାର ଉତ୍ସ ତୁମେ ଆନନ୍ଦର ସାଗର ।


ମାଆ ନାମ ମୂଳମନ୍ତ୍ର

     ମାଆ ସୁଖ ସୈ।ଭାଗ୍ୟ

ମାଆ ଡାକେ ଝରେ ମଧୁ

    ସ୍ନେହ ଶ୍ରଦ୍ଧା ସରାଗ

ସରଗଠୁ ବଳି ମାଆ ନାଆଁଟି ତା ମଧୁର ।

ମାଆ ତୁମେ ------


ମାଆ ମୁଖେ ଧାରେ ହସ

       ତା ଆଖିର ସପନ

ଖେଳାଏ ପୁଲକ ପ୍ରାଣେ

       ଉତସାହ ନୂତନ

ମୋ ଆଶା ଆଲୋକ ମାଆ ଅତି ଆପଣାର ।

ମାଆ ତୁମେ-----


ତାର ମିଠାମିଠା କଥା

      ହାତରନ୍ଧା ପରଶା

ସବୁଠୁ ସୁଆଦ ଲାଗେ 

      ମୋତେ ମାତୃଭାଷା

ତା ପଣତଛାୟା ତଳେ ମୁଁ ଜହ୍ନ ଆକାଶର ।

ମାଆ ତୁମେ----


ସାହା ଓ ଭରସା ସିଏ

      ମାଆ ଜଗଦ୍ଧାତ୍ରୀ

ଦେବୀ ଦୁର୍ଗା ବିରଜା ମା

      ସାକ୍ଷାତ ଈଶ୍ୱରୀ

ପାଦପଦ୍ମେ ତାର ମୋର କୋଟି ନମସ୍କାର ।

ମାଆ ତୁମେ----


ଜନ୍ମଭୂମି ଜନ୍ମମାଟି 

       ଜନନୀ ମୋ ଜୀବନ

ତା ପାଦଧୂଳି ମୋର

      ମାଥେ ଟୀକା ଚନ୍ଦନ

ସ୍ୱାଭିମାନ ତା ସୁରକ୍ଷା ବ୍ରତ ଅଟେ ମୋହର ।

ମାଆ ତୁମେ -----


Rate this content
Log in

Similar oriya poem from Inspirational