Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Romance Inspirational Others

3  

Prabhati Mahapatra

Romance Inspirational Others

ପ୍ରେମରେ ପ୍ରେମରେ

ପ୍ରେମରେ ପ୍ରେମରେ

1 min
116



ପ୍ରେମରେ ପ୍ରେମରେ ଭାସି ଯାଇ ଆମେ

ମିଶି ଯିବା ସାଗରରେ

ଛାଡିବାନି ଆମେ    ଆମ ହାତ ଦୁଇ

ଅନ୍ଧାର ହେଉ କି ଡରେ ।


ତୁମେ ପାଶେ ଥିବ    ମଧୁ ଝରୁ ଥିବ

ଆସୁ ଯେତେ ବୀଚିମାଳା

ବେନି ପ୍ରାଣ ଆମ  ପୂରବୀ ସଂଗୀତେ

ବାଟବଣାରେ ଯେ ଭେଳା ।


ଆମେ ଉଡୁ ଥିବା    ଉଚ୍ଚ ଗଗନରେ

ଆଶା ଡେଣା ଝାଡି ଝାଡି

ଯେତେ ଦୁଃଖ କଷ୍ଟ    ହୃଦୟ ଭିତରୁ

ଦୂରରେ ଆସିବା ଛାଡି ।


ତୁମେ ଦେଖୁ ଥିବ  ମୋ ଆଖିରେ ମିଶି

ମିଳିବ ଅପୂର୍ବ ଖୁସି

ଆମେ ଯାଯାବର    ନାହିଁ ଆମ ଘର

ହସ ନାହିଁ ଏଠି ବାସି ।


ଏଇ ସଂସାରରେ    ସ୍ବପ୍ନ ପାରାବାରେ

ତୁମେ କଣ୍ଟା ମୁହିଁ ଫୁଲ

ନମାନି ରୁଧିର      ଚାଲି ଆସୁ ଥିବ

ବୁଝି ମୋ ପ୍ରେମର ମୂଲ ।


କିଣି ନେବା ଚାନ୍ଦ     ନରଖିବା ଛନ୍ଦ

ତହିଁରେ କରିବା ଘର

ତାରା ଫୁଟି ଥିବ     ଜହ୍ନ ଦେଖୁ ଥିବ

ଭାସିବ ପ୍ରେମର ସ୍ବର ।


ମନ ପଞ୍ଜୁରିଟେ    ଗଢି ଦେବା ଆମେ

ଶୁଆ ଶାରୀ ପରି ଥିବା 

ପ୍ରେମରେ ପ୍ରେମରେ  ନାଚି ଯିବା ଆମେ

ଦୁଃଖ ଶୋକ ଭୁଲି ଯିବା ।



Rate this content
Log in

Similar oriya poem from Romance