Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Romance Inspirational Others

4  

Prabhati Mahapatra

Romance Inspirational Others

ପ୍ରେମରେ ପଡ଼ିଲି ବନ୍ଧା

ପ୍ରେମରେ ପଡ଼ିଲି ବନ୍ଧା

1 min
187



କଦମ୍ବ ମୂଳରେ ଅପେକ୍ଷା ରତ ମୁଁ

ସଖା ସହୋଦର ପାଇଁ

ହୋରି ଖେଳ ନେଇ ପୂର୍ବରୁ ପ୍ରସ୍ତୁତି

ଆନନ୍ଦରେ ଥିଲି ଚାହିଁ ।

ହାତେ ପିଚିକାରି ନାଲି ରଙ୍ଗ ଭରି

ବସି ଥିଲି କୌତୁହଳେ

ନବ ଯଉବନା ସୁନ୍ଦରୀ ସୁକନ୍ୟା

ଆସି ଗଲା ନେତ୍ର ଡୋଳେ ।

ତନୁ ମନ ମୋର ହୋଇଲା ଦୁର୍ବଳ

କଂପମାନ ମଣିବନ୍ଧ

ଅପୂର୍ବ ରୂପକୁ ନୟନରେ ଲେପି

ସତେ ମୁଁ ପ୍ରେମରେ ମୁଗ୍ଧ ।

ଭାସି ଆସୁ ଥିଲା କମଳ ସୌରଭ

ଢାଳି ତା ଅମୀୟ ଠାଣି

ଅର୍ଦ୍ଧ ନମୀଳିତ ମୃଗ ନୟନାରୁ

ଦେଲା କି ପୀରତି ବୁଣି ।

ମୁକୁଳା କବରୀ ସଙ୍ଗେ ତନୁ ଗୋରୀ

ସମ ସ୍ଵର୍ଗ ଅପସରି

ମତି ଗତି ମୋର ଭାବ ବିହ୍ୱଳରେ

ଖସିଗଲା ପିଚିକାରି ।

ଗୋଲାପି ଗୋଲାପି ଗଣ୍ଡ ପ୍ରଦେଶକୁ

ଯେବେ ଛୁଇଁ ଦେଲା ରଙ୍ଗ

ମିଠା ଚୁମ୍ବନରେ ଆଲିଙ୍ଗନ କରି

ରଙ୍ଗେ ଦେଲା ପ୍ରୀତି ଭାଙ୍ଗ ।

ସହସା ତଲ୍ଲୀନେ ସପନେ ବିଭୋର

ଚକା ମାରି ହେଲି ଥକା

ସମୟ ସୁଯୋଗେ କଳା ରଙ୍ଗ ବୋଳି

ତରୁଣୀ କରିଲା ବୋକା ।







Rate this content
Log in

Similar oriya poem from Romance