STORYMIRROR

Kabiratna Nutan Kumar Behera

Romance Tragedy Action

4  

Kabiratna Nutan Kumar Behera

Romance Tragedy Action

ପ୍ରେମରେ ଲାଗିଛି କଳଙ୍କ

ପ୍ରେମରେ ଲାଗିଛି କଳଙ୍କ

1 min
367

     


ମଧୁମୟ ପବିତ୍ର ପ୍ରେମରେ ଲାଗିଛି କଳଙ୍କ

ଆଖି ଆଗେ ମଳିନ ଅସ୍ଵଚ୍ଛ ଦିଶେ ତା' ଦୃଶ୍ୟପଟ୍ଟ

ପ୍ରେମର ନାଁ ଶୁଣିଲେ ଜଣେ ଗଣେ ପ୍ରମାଦ 

କାଳେ ଅଘଟଣା ଘଟିବ ଛାତିରେ ପଶେ ଛନକା

ଦୁଃଚିନ୍ତା କୁଚିନ୍ତାରେ ଆସେ ଅହେତୁକ ଅବସାଦ 

ଲାଗେ ବନ୍ଦ ହୋଇଯିବ କି ହୃଦୟର ସ୍ପନ୍ଦନ 

ସନ୍ଦେହ ଘନେଇ ଆସେ କେଉଁ ଗୁପ୍ତ ସ୍ଥାନରେ

ପୋତା ହୋଇଛି କି ଶକ୍ତିଶାଳୀ ବୋମା

ପ୍ରାଣ ଯିବ ଅକସ୍ମାତ୍ ହୋଇ ତାର ବିସ୍ଫୋରଣ 

ଧ୍ଵଂସ କରିଦେବ ମନରେ ଖେଳେ ଆତଙ୍କ 

ପ୍ରେମ ଭଳି ଏକ ପବିତ୍ର ଶବ୍ଦର ହୁଏ ଅପଭ୍ରଂଶ

ତାର ବ୍ୟାପକ ଅର୍ଥ ହୋଇଯାଏ ସଂକୀର୍ଣ୍ଣ

ପ୍ରକୃତ ପ୍ରେମ ଉପରେ ରହେନା ଆଦୌ ବିଶ୍ଵାସ

କିଏ ସତରେ ପ୍ରେମ କରୁଛି ନା କରୁଛି ଛଳନା

କାହାରି ହାବ ଭାବରୁ ପଡ଼େ ନାହିଁ ଜଣା

ଆଶଙ୍କା ଆସେ କରୁଛି ପ୍ରାୟତଃ ସେ ଅଭିନୟ 

ସରଳ ନିସ୍ପାପ ହୃଦୟରେ ସୃଷ୍ଟିହୁଏ ସଂଶୟ 

ସମାଜରେ ନିତି ଘଟେ ପ୍ରେମ ଜନିତ କେତେ ହିଂସା

କେଉଁଠି ଏସିଡ୍ ମାଡ଼ ହୁଏ ତ କେଉଁଠି ଗୁଳିକାଣ୍ଡ 

ଚାଲିଛି ଅପହରଣ ହତ୍ୟା ଅବା ଆତ୍ମହତ୍ୟା  

ପ୍ରେମିକ କି ପ୍ରେମିକା ରଖି ପାରୁ ନାହାଁନ୍ତି ଭରସା 

ଘଟେ ହୃଦୟ ବିଦାରକ ଅମାନୁଷିକ ଜଘନ୍ୟ କାର୍ଯ୍ୟ 

ସବୁରି ମାନସିକତାକୁ କରିଦିଏ ଭାରାକ୍ରାନ୍ତ

ମଧୁର ଅତୁଟ ସଂପର୍କର ବନ୍ଧନ ହୁଏ ତିକ୍ତ ବିଷାକ୍ତ 

ଜନକ ଜନନୀ ଅଭିଭାବକଙ୍କର ରହୁନାହିଁ ଆସ୍ଥା

ନିଜର ଦାୟାଦଙ୍କୁ କିପରି ଦେବେ ସୁରକ୍ଷା

ଆସେ ପ୍ରତିକୂଳ ବିଗିଡ଼ି ଯାଏ ଅନୁକୂଳ ଅବସ୍ଥା

ଶାଶ୍ଵତ ଚିରନ୍ତନ ପ୍ରେମରେ ଲାଗିଛି କଳଙ୍କ

ପରସ୍ପରର ହୃଦୟରେ ରହୁଛି ଶଙ୍କା ସନ୍ଦେହ

ଅନ୍ତର୍ଦାହରେ ଝରାଇବ କି ଆଖିରୁ ଅସରା ଲୁହ 

କେତେବେଳେ କିଏ କାହାକୁ ଦେବ ପ୍ରତାରଣା

ପ୍ରେମୀଜନଙ୍କର ରହୁନାହିଁ କିଛି ଠିକ୍ ଠିକଣା 

ଠକି ଦେବ ଅବା ଫସେଇ ଦେଇ କରିବ ବଦନାମ

ପ୍ରେମ କରିବାକୁ ଭଲ ପାଇବାକୁ ଭାବେ ଭ୍ରମ 

ସୁସ୍ଥ ସବଳ ମନରେ ରହିପାରୁନି ସେ ନିର୍ବିକାର 

ତା' ଜୀବନର ମହାନ ଲକ୍ଷ୍ୟ ହୁଏ ନାହିଁ ସାକାର 

ଭୁଲ୍ ହୋଇଯାଏ ତା' ଜୀବନର ଯେତେ ଅଙ୍କ

ପ୍ରେମର ମାନେ ବୁଝାଏ କେବଳ ଶାରୀରିକ ସଂପର୍କ

ପ୍ରକୃତ ପ୍ରେମୀ ରକ୍ଷାପାଏ ନାହିଁ ରହି ବି ସତର୍କ 

ପବିତ୍ର ପ୍ରେମ ହୁଏ ସବୁରି ଆଖିରେ ଏକ ପ୍ରଶ୍ନବାଚୀ

ନିର୍ଭରଯୋଗ୍ୟ ସ୍ଵୀକୃତି ମିଳେନା କି ପାରେନା ବଞ୍ଚି 

ସ୍ଵର୍ଗୀୟ ଅନାବିଳ ପ୍ରେମରେ ଲାଗିଛି କଳଙ୍କ।

      


Rate this content
Log in

Similar oriya poem from Romance