STORYMIRROR

Dibya Ranjan Sahoo

Romance Inspirational Others

4  

Dibya Ranjan Sahoo

Romance Inspirational Others

ଦେବଦାସୀ

ଦେବଦାସୀ

1 min
244


ତୋ କଳା ବଦନୁ କଳା ରଙ୍ଗ ନେଇ

ଆଖିର କଜଳ କରି ପକାନ୍ତି 

ନାଲି ଅଧରରୁ ନାଲି ରଙ୍ଗ ନେଇ 

ନିଜ ଅଧରରେ ବୋଳି ଦିଅନ୍ତି l


ଆଇନା ଆଗରେ ଘଣ୍ଟା ଘଣ୍ଟା ବସି

ତୋ ପାଇଁ ରେ ଜଗା ସଜ ହୁଅନ୍ତି 

ପାଦରେ ଅଳତା ଅଣ୍ଟେ ଅଣ୍ଟାବିଛା 

ଗଭାରେ ଗଜରା ଖୋସି ଦିଅନ୍ତି l


କୁଆଁରୀ ମନକୁ ପ୍ରେମିକା ସଜେଇ 

ତୋତେ ସମର୍ପଣ କରି ଦିଅନ୍ତି

ପାଦରେ ଘୁଙ୍ଗୁର ନୂପୁରୁ ପିନ୍ଧି ମୁଁ 

ତୋ ଆଗରେ ଦିନ ରାତି ନାଚନ୍ତି l


ଦୁନିଆଁ କହନ୍ତା ନାଚବାଲୀ ମୋତେ

ସବୁ ଶୁଣି ଧନ ହସି ଦିଅନ୍ତି 

ତୋ ବଡ ଦେଉଳେ ଜୀବନ ଯାଆନ୍ତା 

 ଦେବଦାସୀ ଯଦି ତୋର ହୁଅନ୍ତି l


Rate this content
Log in

Similar oriya poem from Romance