ତୁମବିନା ଜୀବନ ଅଧୁରା
ତୁମବିନା ଜୀବନ ଅଧୁରା
କହିଲନି କିଛି ଏକା ଏକା ସଖୀ
କେମିତି ବା ଗଲ ଚାଲି
କେମିତି ଭାବିଲ ତୁମ ବିନା ଏଠି
ବଞ୍ଚି ମୁଁ ପାରିବି ବୋଲି I
କଥାଥିଲା ପରା ଏକାଠି ଚାଲିବା
ହାତ ଧରା ଧରି ହୋଇ
ଏତେ ଶିଘ୍ର ତୁମେ ଏଇ କଥାକୁ ଲୋ
କେମିତି ଭୁଲିଲ ସହୀ I
ଭାବି ପାରୁନି ମୁଁ ଏକାକୀ ଜୀବନ
ଯେଉଁଠାରେ ତୁମେ ନାହଁ
ପ୍ରତି ମୂହୂର୍ତ୍ତରେ ଆଖିରେ ନାଚୁଛି
ତୁମରି ନିରିହ ମୁହଁ I
ତୁମ ବିନା ସଖୀ ଏ ସାରା ସଂସାର
ଲାଗେ ମୋତେ ବିଷ ପରି
ତୁମକଥା ଭାବି ଆଖି ମୋ ଢାଳୁଛି
ଅସରା ଅସରା ବାରି I
ତୁମେ ତ ଜାଣିଛ ତୁମେ ମୋ ଜୀବନ
ତୁମେ ମୋ ମନର ବଳ
ତୁମେ ଚାଲିଗଲ ସରିଗଲା ସବୁ
ଆଖି ହେଲା ଛଳ ଛଳ I
ତୁମ ନାମେ ସଖୀ ଛାଡିବି ଦୁନିଆ
ତୁମ ପାଶେ ଯିବି ଚାଲି
ସେଇଠି ଆମେ ଲୋ ଖୁସି ମନେଇବା
ପ୍ରେମର ପ୍ରଦୀପ ଜାଳି I

