Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

4  

Bijay Prusty

Romance

ସପନ ଶେଯରେ ରାତି

ସପନ ଶେଯରେ ରାତି

1 min
145


ତାମସୀ ରାତିର ସପନ ଶେଯରେ

ମୁଁ ଏକ ଅଭୁଲା ଗୀତି

ତୁମେ ଅଭିମାନୀ ଶେଫାଳୀ ମହକ

ନିଛାଟିଆ ଜହ୍ନରାତି I

ତୁମ ମହକରେ ମହକି ଯାଏ ମୁଁ

ମହକେ ମୋ ରାତି ଦିନ

ତୁମପାଇଁ ମୁଁ ଯେ ବରଷା ବତୁରା

ଛଳଛଳ ଏକ ମନ I

ତୁମେ ପଳାତକ ନିଦର ଠିକଣା

ସପନର ଗନ୍ତାଘର

ତନ୍ଦ୍ରାହୀନ ଏକ ଆଖିଟେ ମୁଁ ସଖୀ

ନିଶାର୍ଦ୍ଧେ ପେଚାର ସ୍ୱର I

ଫଗୁଣର ଫଗୁ ତୁମସାଥେ ପରା

ନିତି ନିତି ଖେଳେ ହୋଲି

ମୋ ଆଖିରେ ଖାଲି ନିଦାଘର ଝାଞ୍ଜି

ଡହ ଡହ ମରୁବାଲି I

କେତେଯେ ସୋହାଗ ସରଗ ସୁଷମା

ହୃଦୟ ର ଅନୁରାଗ

ତୁମେ ସଖୀ ମୋର ଜୀବନର ପଥେ

ମିଠା ମିଠା ଅନୁଭବ I

ତୁମେମୋର ଆଦ୍ୟ ତୁମେ ମୋର ଅନ୍ତ

ଚୁମେ ମୋର ଚାରିଧାମ

ତୁମ ସହିତ ମୁଁ ବଣ୍ଟି ଚାଲିଥିବି

ମୋ ହୃଦୟ ଭରା ପ୍ରେମ I

     


Rate this content
Log in