STORYMIRROR

Bijay Prusty

Romance

4  

Bijay Prusty

Romance

ପ୍ରେମରେ ଏମିତି ହୁଏ

ପ୍ରେମରେ ଏମିତି ହୁଏ

1 min
189


କା' ଆଗେ କରିବି ମାନ ଅଭିମାନ

କାହାକୁ କରିବି ଈର୍ଷା

କାହିଁକି ସହିବି ଏତେ ଅପମାନ

କିଆଁ ହେବି ଲୋକହସା I


ଭଲ ପାଇବାର ପ୍ରଦୀପଟେ ଆଉ

ଜାଳିବି ବା କାହାପାଇଁ

ତୁମ ହୃଦୟରେ ହତାଦର ଭିନ୍ନ

ଆଉ କିଛିହେଲେ ନାହିଁ I


ମୋ ହୃଦୟ ଭରା ପ୍ରେମ ପ୍ରତିଦାନ

ଏମିତି ମିଳିବ ବୋଲି

ସ୍ୱପ୍ନରେ ସୁଦ୍ଧା ମୁଁ ଭାବି ନଥିଲି ଗୋ

ଯାହା ଆଜି ପାଇଗଲି I


ଭଲ ପାଇବାର ପ୍ରତିବଦଳରେ 

କେବେ ତ ମାଗିନି କିଛି

କିମ୍ପାଇଁ ତାହେଲେ ହୀନିମାନ କରି

ଫଳ ଦେଲ ବାଛି ବାଛି I


କେମିତି ପାରିଲ କରି ତୁମେ ସଖୀ

ପର ପରି ବ୍ୟବହାର

ସେଥିପାଇଁ ସିନା ଆଖି ଲୁହ ଆଜି

ବୋଲ ମାନୁନାହିଁ ମୋର I


ଯେତେ ପାର ସେତେ ହତାଦର କର

ନଥାଉ ଗୋ ଅନୁରାଗ

ମୋ ଭଲ ପାଇବା ସରସ ସୁନ୍ଦର

ଲଗାଇ ଦେବିନି ଦାଗ ।


Rate this content
Log in

Similar oriya poem from Romance