Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

subrat kumar jena

Romance

3  

subrat kumar jena

Romance

ପ୍ରେମରେ କେବେ

ପ୍ରେମରେ କେବେ

1 min
186


ପ୍ରେମ ନୁହେଁ ଏକ ବଜାର ସଉଦା

କିଣି ପୁଣି ବିକି ଦେବ,

ପ୍ରେମ ଅଟେ ସେଜେ ଶାଶ୍ୱତ ପୁଣି

ହୃଦୟକୁ ଯୋଡି ଦେବ ।

ପ୍ରେମ କରି କେହି କେବେ

ହାରିଯାଏ ଜୀବନର ବାଜି,

ପ୍ରେମରେ ପ୍ରତାରଣା ଆସିଯାଏ ଯେବେ

ଧୋକା କରିବାକୁ ମନ ହୁଏ ରାଜି ।

ତୁମେ ଅଛ ଆଜି ନଥିବ କାଲିକୁ

ପ୍ରେମ ଅଛି ରହିଥିବ,

ଶାଶ୍ୱତ ପ୍ରେମରେ ଜୀଇଁଲେ ଜୀବନ

ସବୁଦିନ ତୁମେ ମନେ ଥିବ ।


ଧୂଆଁ ଧୂଆଁ ଲାଗେ ଜୀବନର ସଂଜ

ତୁମେ ଆସି ଗଲା ପରେ,

ତୁମରି ସ୍ମୃତିକୁ ବାହୁନି କାନ୍ଦଇ

ପ୍ରେମରେ ହାରିଗଲା ପରେ ।


କେତେଦୂର ତୁମେ ଅଛଗୋ ସାଥି

ଚାଲି ଆସ ଏବେ ପାଶେ,

ତୁମରି ବିହୁନେ ଅବୁଝା ଏ ମନ

ବିକଳ ହୁଏ ପ୍ରେମ ଶୋଷେ ।।



Rate this content
Log in

Similar oriya poem from Romance