ପ୍ରେମର ତତ୍ବଜ୍ଞାନ
ପ୍ରେମର ତତ୍ବଜ୍ଞାନ
ଝରଣା ଆସି ନଦୀରେ ମିଶେ ,
ନଦୀ ମିଶେ ସାଗରରେ,
ସ୍ବର୍ଗୀୟ ବାଆ ମିଳାଏ ଆହା
ଭାବର ଅନୁରାଗରେ;
ଜଗତେ ନାହିଁ ଏକଲା କେହି
ସ୍ବର୍ଗୀୟ ସୂତ୍ରରେ ସିଆଁ
ଏକୁ ଆରେକ ଭେଟି ହଜାଏ
ମୁଁ ଓ ତୁମେ ନୁହଁ କିଆଁ ?
ପର୍ବତ ଚୁମେ ଉଚ୍ଚ ଆକାଶ
ଢେଉରେ ଢେଉଟେ ଯୋଡା
ଭଉଣୀ ଫୁଲ ଅକ୍ଷମ ତୁଲ
ଭାଇକୁ କଲେ ଅଲୋଡା ;
ସୂର୍ଯ୍ୟ କିରଣ ପୃଥିବୀ ଧରେ
ଈନ୍ଦୁ ଚୁମୁଥାଏ ସିନ୍ଧୁ
ମଧୁର ଏତେ କାମକୁ କିସ
ଚୁମାରେ ମୋତେ ନ ବାନ୍ଧୁ ?
ମୂଳ ରଚନା : ପି. ବି. ଶେଲି (1792-1822)
