STORYMIRROR

Mrutyunjaya Sahoo

Romance

2  

Mrutyunjaya Sahoo

Romance

ପ୍ରେମର ସପ୍ତାହ

ପ୍ରେମର ସପ୍ତାହ

1 min
157

ଗୋଲାପକୁ ଦେଇ    ତୁମରି ହାତରେ 

     ପ୍ରେମ ନିବେଦନ କାଲି

ପ୍ରତିଜ୍ଞା ଦିବସେ    ପ୍ରତିଜ୍ଞା କରି ତୋ 

     ଚିରସାଥି ହୋଇଗଲି

ଚକୋଲେଟ ଟେଡି  ଆଲିଙ୍ଗନ ପରେ 

     ଚୁମ୍ବନ ଦିବସ ଗଲା

ପ୍ରେମ ସପ୍ତାହର     ଅନ୍ତିମ ଦିନଟି 

     ଆଜି ଉପସ୍ଥିତ ହେଲା

ପ୍ରେମର ଦିବସେ    ପ୍ରେମିକା ସାଥିରେ 

    ପ୍ରେମୀ ଯୁଗଳଟେ ହୋଇ

ଆନନ୍ଦ ମନରେ    ବୁଲୁଥିଲୁ ଆମେ 

     ବଜାର ଓ ପାର୍କ ଯାଇ

କେଉଁଠି ଥିଲେ ଏ  ଗେରୁଆ ବସ୍ତ୍ରରେ 

    ବଜରଙ୍ଗୀ ଦଳ ଵାଲା

ହରିନେଲେ ସବୁ   ଆନନ୍ଦ ଉଲ୍ଲାସ 

   ମନେ ମୋର ଯାହା ଥିଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance