STORYMIRROR

Prakash ranjan Swain

Romance

3  

Prakash ranjan Swain

Romance

ପ୍ରେମର ରଙ୍ଗ

ପ୍ରେମର ରଙ୍ଗ

1 min
175

ସୁନିଳ ଆକାଶ ବକ୍ଷରେ ଆଜି 

ଫଗୁଣର ରଙ୍ଗ ବର୍ଷା 

ମୋ ପ୍ରିୟା ଦେହରେ

    ଦେଇଗଲା ସିଏ 

ନାଲି, ନେଳି ଆଉ 

    ଗୋଲାପି ର ରଙ୍ଗ ଛିଟା l 

ସ୍ନେହ ଭରା ତା'ର 

      ସେଇ ଦୁଇ ଆଖିରେ 

ଆଜି ପ୍ରେମର ଅସରା ବର୍ଷା l

ତା'ର ଗୋଲାପି ଓଠରେ 

     ନେଳିଆ ଅବିର 

କହେ ଆଜି କିଛି ନୂଆ କଥା l

ଆଗରୁ ବହୁବାର ଦେଖିଛି ମୁଁ ତାକୁ 

      ହେଲେ, 

ଆଜି ସିଏ ନୂଆ ଲାଗୁଛି l

ଏତେ ଯତନରେ କେଉଁ

       ବିଧାତା ଗଢ଼ିଛି 

ତାକୁ କେଉଁ ଆବୁଷଣ ଦେଇଛି l

ଗୋରା ଦେହେ ତାର ଧଳା ପୋଷାକ 

     ତା' ଉପରେ ରଙ୍ଗ ଛିଟା 

ତାର ଓଠରେ ହସ, ମୁହଁ ରେ ଲାଜ 

     ମଥାରେ ତା ନାଲିଟିକା l

ସେଇ ନାଲି ଟିକା

ଗାଏ ପ୍ରେମର କବିତା 

   ପ୍ରେମର ନୁହେଁ ସେ ଶେଷ 

ଏଇ ରଙ୍ଗ ପର୍ବ ଆସୁ ପ୍ରତିବର୍ଷ 

   ନେଇ କିଛି ନୂଆ ରଙ୍ଗ l

 


Rate this content
Log in

Similar oriya poem from Romance