Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sadananda Sahoo

Inspirational

3  

Sadananda Sahoo

Inspirational

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
233



ପ୍ରେମ ପରିଭାଷା ବିଶ୍ଵାସର ବସା 

   ପବିତ୍ରତା ଅନୁସଙ୍ଗି , 

ପ୍ରେମ ଚିରନ୍ତନ ପ୍ରେମହିଁ ଶାସ୍ବତ 

  ଦୁଃଖେ ସୁଖେ ସହଭାଗି ॥ 


ପ୍ରେମର ସ୍ୱରୂପ ସତ୍ୟ ଆଧାରିତ 

     ସମ୍ପର୍କର ଚିରଛବି , 

ଅସରନ୍ତି ସ୍ନେହା ପ୍ରେମ ନିରାଧାର 

    ପ୍ରେମ ପ୍ରେମୀ ଅନୁଭବି ॥ 


ଭାବନାର ଦ୍ଵାରେ ପ୍ରକଟିତ ହୁଏ 

     ନିଚ୍ଛକ ପ୍ରେମ କାହାଣୀ , 

ପାରୋ ଦେବଦାସ କେଦାର ଗୌରୀ 

     ଜ୍ଜ୍ଵଳନ୍ତ ପ୍ରମାଣ ଜାଣି ॥ 


ପିତୃମାତୃ ସ୍ନେହଁ ପ୍ରେମ ଆଧାରିତ 

   ହେଜ ହେ' ସନ୍ତାନଗଣ , 

ବିନା ସ୍ଵାର୍ଥେ ସେ'ଯେ ସମର୍ପନ୍ତି ସତେ 

    ଅମୃତ ବାରିଧି ଜାଣ ॥ 


 ଭଗ୍ନୀରାଣୀ ସ୍ନେହଁ ପ୍ରେମ ଜାଗରଣ 

       ଅତୁଟ ସମ୍ପର୍କ ଜ୍ୟୋତି , 

ବାଲି ଖେଳ ସାଥୀ ସାଜେ ସରାଗିନୀ 

       ସୀମାହୀନ ତା'ର ପ୍ରୀତି ॥ 


ପ୍ରେମେ ମନମାନି ଦୃଶ୍ୟମାନ ଛବି 

       ପ୍ରେମିକା ସୁନ୍ଦରୀ ମଣି , 

ଅବିଶ୍ଵାସ କରେ ବିଶ୍ଵାସର ଘରେ 

       ଅଭିମାନ କରେ ଜାଣି ॥ 

        

ସ୍ଵର୍ଗୀୟ ପ୍ରେମର ଅତୁଟ ବନ୍ଧନ 

     ଅର୍ଦ୍ଧାଙ୍ଗିନୀ ସଦା ଭାଳେ , 

ସ୍ମୃତିକୁ ସାଉଁଟେ ଦିବା ନିଶୀ ସତେ 

      ଇହକାଳେ ପରକାଳେ ॥ 


ପ୍ରେମ ପରିଭାଷା ପରିବ୍ୟାପ୍ତ ସଦା 

     ବର୍ଣ୍ଣନା ସାପେକ୍ଷ ବନ୍ଧୁ , 

କବି ଲେଖନୀରେ ଅସଂପୂର୍ଣ୍ଣ ରହେ 

     ପ୍ରେମ ପରା ମହାସିନ୍ଧୁ ॥ 



Rate this content
Log in