ପ୍ରେମର ପରିଭାଷା
ପ୍ରେମର ପରିଭାଷା
ପ୍ରେମର ପରିଭାଷା
ଆହାଃ କେତେ ସୁନ୍ଦର ଲାଗେ ତାର ଭାଷା
ଆଣିଥାଏ ଜୀବନେ ନୂତନ ଆଶା
ସେଥିରେ ଥାଏ କେତେ ଭରସା।।
ପ୍ରେମର ପରିଭାଷା ଏକ ନୂଆ ଅନୁଭବ
ଜୀବନେ ଭରି ଦିଏ ଏକ ନୂଆ ଅନୁରାଗ
ହୃଦୟର ଆବେଗକୁ ଦିଏ ବାସ୍ତବ ରୂପ
ହୃଦୟରେ ସୃଷ୍ଟି ହୁଏ ଅସୁମାରୀ ଆଶା ଆଉ ସପନ।।
ପ୍ରେମର ପରିଭାଷା ଏମିତି ଅନୁଭବ
କାହା ପାଇଁ ପୁନେଇ ଜହ୍ନ ତ
କାହା ପାଇଁ ଅମାବାସ୍ଯାର ଅନ୍ଧକାର
ସେ ଅଜଣା ସ୍ରୋତ।।
ପ୍ରେମର ପରିଭାଷାର
ନାହିଁ ତାର ପରିମାପ
ନାହିଁ ପରିସୀମା ତାର
ସେ ତ ନିରାକାର, ଏକ ନିଆର ଅନୁଭବ।।
ପ୍ରେମର ପରିଭାଷା
ଏ ତ ଏମିତି କା ଏକ ଆଶା ଓ ଭରସା
ଯେଉଁଥିରେ ନ ଥାଏ ଜାତି ପ୍ରଥା, ଛୁଆଁ ଅଛୁଆଁ
ସେଥିରେ କେବଳ ଥାଏ ନିସ୍ୱାର୍ଥପର ପ୍ରେମର ଭାବନା।
ପ୍ରେମର ପରିଭାଷା
ନ ଥାଏ ସେଥିରେ ଘୃଣା
ନ ଥାଏ ସେଥିରେ ଇର୍ଷା
କେବଳ ଥାଏ ସେଥିରେ ସାଙ୍ଗରେ ରହିବାର ଆଶା।।
ପ୍ରେମର ପରିଭାଷା
ଥାଏ ସେଥିରେ ପ୍ରେମର ତୃଷ୍ଣା
ନ ଥାଏ ସେଥିରେ ବିଶ୍ୱାସଘାତର ଛାୟା
କେବଳ ଥାଏ ପ୍ରେମର ଆସ୍ଥା।।
ପ୍ରେମର ପରିଭାଷା କେମିତି
ବୁଝି ପାରିବେ ସେ ପଇସା ଲୋଭୀ
ତାଙ୍କ ମନରେ ତ ପଇସା ଛଡା ତ ଆଉ କିଛି ନାହିଁ
ସବୁ ବେଳେ ଗୋଟିଏ ଲକ୍ଷ୍ୟ ,ପଇସା କେମିତି ପାଇବି।
ଛଳନାରେ ହୋଇ ଥିବା ପ୍ରେମ
ସେଥିରେ ଥାଏ କେବଳ ବିଶ୍ୱାସଘାତ
କେବଳ ସେ ଦେଇଥାଏ ଯନ୍ତ୍ରଣା କଷ୍ଟ
ନ ଥାଏ ସେଥିରେ ପରିଭାଷା ପ୍ରେମର।।
ପ୍ରେମର ପରିଭାଷାର ଅର୍ଥ
ଦୁଇ ହୃଦୟର ମିଳନ
ପରସ୍ପର ପାଇଁ ତ୍ୟାଗ
ଏହା ଯେ ସତ୍ୟତାର ପ୍ରତୀକ।।
ପ୍ରେମର ପରିଭାଷା, ସେଇତା ସତ
ଯେଉଁଥିରେ ନ ଥାଏ ମିଛ, ଛଳନା ଓ ବିଚ୍ଛେଦ
ଦୁହେଁ ଦୁହିଁଙ୍କ ବିନା ବଞ୍ଚିବା କଷ୍ଟ
ସେମାନଙ୍କ ମଧ୍ୟରେ କେବଳ ଥାଏ ପ୍ରେମ ହିଁ ପ୍ରେମ।।
