ପ୍ରେମର ପରିଭାଷା
ପ୍ରେମର ପରିଭାଷା
ପ୍ରେମ ଯେଉଁଠାରେ ବିଚ୍ଛେଦ ବି ସେହିଠାରେ ‐‐‐‐
କେବେ ଏପାଖ କେବେ ସେ ପାଖ
କେବେ ଅମୃତର ସୁଧାଝର କେବେ ମରୁବାଲି ମରିଚିକା ଦୂର ଦିଗନ୍ତରେ |୧|
ଆଶା ଅସୁମାରୀ ପ୍ରେମ ପଡ଼େ ଭାରି
ଚୁନା ଚୁନା ଫୁଲ ଫଗୁଣରେ,
ଫୁଲଠୁଁ କୋମଳ , ପଥରଠୁଁ ଟାଣ
ପ୍ରେମ ଆକାଶର ନୂଆ ତାରାଟିଏ ତୋଫା ଜୋଛନାରେ |୨|
ପ୍ରେମ ଅନ୍ଧାରରେ ଲଉଡ଼ି ସଜାଏ
ଜୀବନର ପରିଭାଷାଟିଏ,
ଆକର୍ଷଣ ମହକରେ ଜୀବନକୁ ଭରିଦିଏ,
ପ୍ରେମ ପରିଭାଷା ବୁଝୁ ବୁଝୁ ଦିନ ସରିଯାଏ ପାହାନ୍ତିଆ ଫୁକିଆରେ |୩|
ପ୍ରେମ ଆଖି ଲୁହଧାର ଚିବୁକକୁ ଧୋଇଦିଏ,
ଯେତେ କାଳି ଅଳନ୍ଧୁକୁ ଧୀରେ ଧୀରେ ଧୋଇଦିଏ,
ପ୍ରେମ ଜୀବନ ଯନ୍ତ୍ରଣାର ନୂଆ ପଥଟିଏ
ହଜିଯାଏ ଆକାଶର ନୀଳିମାରେ |୪|
ପ୍ରେମ ରୂପ ବଦଳି ଯାଏ ଭକ୍ତି ଭାବଧାରେ,
ଅସମ୍ଭବ ସମ୍ଭବକୁ ପୁଣି ତୋଳିଧରେ,
ଏଇତ ଜୀବନ ସଂଗ୍ରାମ ସପନ ପ୍ରେମ ନଈଧାରେ ,
ପ୍ରେମ ପରିଭାଷା ସୁଖ ନୀରେ
ପ୍ରେମ ପରିଭାଷା ଭକତିରେ |୫|

