STORYMIRROR

Prasanta Kumar Behera

Romance

3  

Prasanta Kumar Behera

Romance

ପ୍ରେମର ଫରୁଆ

ପ୍ରେମର ଫରୁଆ

1 min
220


ସେ କି ପ୍ରେମ ମୁଁ ବୁଝେନା

ଯହିଁ ନଥିବ ଦେହର କାମନା

ସେ କି ଅନୁରାଗ କୁହନା

ଯହିଁ ନଥିବ ମିଳନ ବାସନା ।


ପ୍ରେମ ଚାହେଁ ସିନା

ଜବା ଓଠ ମଧୁ

ନୀଳ ନୟନର କବିତା 

ପ୍ରେମ ବୁଝେ ସିନା

ଅପାସୋରା ତନୁ

ଘନ ଜଘନର ବାରତା ।


ଦୁଇଟି ମନର କାମନା ଲହରୀ

ଦୁଇଦେହ ବେଳାଭୂମି 

ଭିଜି ଭିଜି ସିନା 

ସପନ ଦେଖିବା

ଅଙ୍ଗ ଅଙ୍ଗ ଚୁମି ଚୁମି ।


ପ୍ରେମର ଫରୁଆ ଅନ୍ତରେ ରହୁ

ଦେହରେ ଫୁଟୁତା ବାସନା

ସେ କି ପ୍ରେମ ମୁଁ ବୁଝେନା

ଯହିଁ ନଥିବ ଦେହର କାମନା ।



Rate this content
Log in

Similar oriya poem from Romance