STORYMIRROR

Bidyadhar Mantry

Abstract Romance Inspirational

4  

Bidyadhar Mantry

Abstract Romance Inspirational

ମୌସୁମୀର ଚିତ୍ର

ମୌସୁମୀର ଚିତ୍ର

2 mins
430

ମୌସୁମୀ ଆସିଲା ପରେ

ନାମକରଣ ରେ ପରିବର୍ତନ 

ବର୍ଷା ରାଣୀ,ବର୍ଷା ସୁନ୍ଦରୀ

ବରଷା ଦୂତ,ବରଷା ମିତ

କାବ୍ୟ କବିତା ର ଦେହକୁ ହିତ

କବିର କଳ୍ପନାରେ ଚାତୁରୀ

ଚରିତ୍ର ସହ ଯୋଡ଼ି ହେବ ମୌସୁମୀ ଓ ବର୍ଷା।           

ମୌସୁମୀ ଓ ବର୍ଷା ନାଁ ରେ ପ୍ରତିଯୋଗିତା

କାହାଣୀ ଓ କବିତା ର ସମ୍ଭାର

ସ୍ରଷ୍ଟା ଙ୍କୁ ସମ୍ମାନିତ,ଶ୍ରେଷ୍ଠ କୃତି ପାଇଁ

ବର୍ଷା ପାଣିରେ ଭାସିବ କାହାଣୀ-କବିତା- ଡଙ୍ଗା

କ୍ଷିପ୍ର ଗତିରେ ଯାତାୟାତ ଡଙ୍ଗା

ପୁରସ୍କାର ଦ୍ଵୀପରେ ଲାଗିବ।


ବର୍ଷା ଆରମ୍ଭ ପୂର୍ବରୁ ବିଜୁଳି ଆସିବ

କେତେ ଥର ଠିକ୍ ନାହିଁ,କିନ୍ତୁ ଘଡ ଘଡି ହେବ

ନୁଆ ନୁଆ ପ୍ରେମିକ ଛାତି ଦେଖାଇବ

ପ୍ରିୟାକୁ ଦେଖେଇ ଭିଜୀବ ହିଁ ଭିଜୀବ 

ଡର ଥାଉ ନ ଥାଉ ,ପ୍ରେମିକା ମୁଣ୍ଡ ଗୁଞ୍ଜିଦେବ।


ଚାଳ ଛପର ରୁ ବର୍ଷା ର ଧାର ଵୋହିବ 

ବର୍ଷା ପାଣିରେ ପିଲାଙ୍କ ଡଙ୍ଗା ଭାସିବ 

ବର୍ଷା ଛିଟା ରେ ପ୍ରେମିକାର ଦେହ ଶିତେଇବ

ବର୍ଷା ଦେଖି ପ୍ରେମିକ ପ୍ରବର ଛତା ଧରିଥିବ

ଚଷା ଭାଇ ଖୁସିରେ ଚାଷ ଆରମ୍ଭ କରିବ

ବର୍ଷା ନାଁ ନେଇ କବି କବିତା ଲେଖିବ

ନୂଆ ନୂଆ କଥା - କାହାଣୀ ଜନମ ହୋଇବ।


ବର୍ଷା ପାଣିରେ ରାସ୍ତା ଧୋଇ ହୋଇଯିବ

କାଦ ମାଟି ବାଲି ପାଦରେ ଲାଗିବ

ପୋକ ଜୋକ ଅଗଣିତ କୀଟ ହେବେ ଜନ୍ମ

ଧଳା ବଗ ମିନ ପାଇଁ ବିଲ ହୁଡାରେ ବସିବ

ବର୍ଷା ବାହାନାରେ କେତେ ଦିନ ସ୍କୁଲ୍ ଛୁଟି ହେବ

ଖାଲ ବିଲ ପାଦ ବୁଡ଼ା ପାଣିରେ ମାଛ ଧରା ହେବ

ପର୍ବ ପର୍ବାଣୀ ର ଧାରା ଆରମ୍ଭ ହୋଇବ

ସ୍କୁଲ୍ ଯିବା ପିଲେ ବର୍ଷା ବିଷୟର ରଚନା ଲେଖିବ।


ବିରହି ପ୍ରେମିକା ବେଶି ଝୁରି ହେବ

ସାଥୀ ବିନା ଘରଣୀଙ୍କୁ ନିଦ ନ ଆସିବ

ବୁଢ଼ା ବୁଢ଼ୀ ଚାଦର କମ୍ବଳ ଘୋଡେ଼ଇ ଶୋଇବ

ବେଶି ବର୍ଷା ହେଲେ ଆନିକଟ ଭାଙ୍ଗିଯିବ 

ସ୍ଥାନେ ସ୍ଥାନେ ବାତ୍ୟା ରୂପ ନେବ

ବର୍ଷା ହେଲେ ଖାଲ ଜାଗାରେ ପାଣି ରହିଯିବ

ଖାଲ ଅଂଚଳ ବାସୀଙ୍କୁ ରିଲିଫ୍ ମିଳିବ।


ବର୍ଷା ହେଲେ ଘାସ ରୁ ନୂଆ ଘାସ ହେବ

ଜୀବ ଜନ୍ତୁ ତୃଣଜିବି ଙ୍କ ଖୁସି ବଢ଼ି ଯିବ

ଗରମ ଖାଦ୍ୟ ସୁଆଦ ଲାଗିବ

ଥଣ୍ତା କାଶ ଜ୍ଵର ଦେଖାଯିବ

ପାଣି ଫୁଟାଇ ପିଇବାକୁ ଡାକ୍ତର କହିବ

ମଶା ମାଛି, କୀଟ ଙ୍କ ସଂଖ୍ୟା ବଢିଯିବ

ସନ୍ଧ୍ୟା ବେଳେ ଆଲୁଅରେ କୀଟ ଦେଖାଯିବ

ନୂଆ ନୂଆ ଚାରା ଗଛ ବିକ୍ରୟ ହୋଇବ।


ବର୍ଷା ହେଲେ ରାସ୍ତା -ଘାଟ ରେ ଛତା ଦେଖାଯିବ

ଦୁଇ ଚକିଆ ଚାଳକ ବର୍ଷା-କୋଟ ପିନ୍ଧିବ

ଚଷା ଭାଇ ସବୁଦିନ ବିଲ ଦେଖିଯିବ

ଅନାବନା ଘାସ ବିଲରୁ ବାହାର କରିବ

ବର୍ଷା ଦିନିଆ ପନିପରିବା ଚାଷ ହେଉଥିବ

ଚାଷୀ ଭାଇ ଭଲ ଅମଳ ପାଇଁ ଆଶା ବି ରଖିବ।


ରସିକିଆ କବି ବର୍ଷାରେ ରସ ଝରାଇବ

ବୀରହି ,ଦରଦୀ ଲେଖକ ଲୁହ ଝରାଇବ

କବି,ଲେଖକ,ପ୍ରେମିକ,କୃଷକ

ଅନୁଭବ କରିଛନ୍ତି ବର୍ଷା ହାବ ଭାବ

ପଢ଼ିବା ସେମାନଙ୍କ କଥା

ବଳେ ବଳେ ବୁଝି ହେବ ବର୍ଷାର ସ୍ବଭାବ

କୃଷକ ଭାଇ ଅଧିକ ଜାଣିଛି

ମୌସୁମୀର ଚିତ୍ର ଓ ଚରିତ୍ର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract