STORYMIRROR

Prafulla Das

Romance

4  

Prafulla Das

Romance

ପ୍ରେମର ନୂଆ ଭରସନ୍

ପ୍ରେମର ନୂଆ ଭରସନ୍

1 min
367


ଏଇ ଦେଖ ପାହାଡ଼ ର ବ୍ୟାକୁଳ ତା

ଛୁଇଁ ଵାକୁ ଆକାଶ କୁ ଜାକିଜୁକି

ଆଉଜି ପଡୁଥିବା ମିଠା ମିଠା ଛୁଆଁ

ପିକନିକ ପାର୍ଟି ର କଅଁଳିଆ ପତଙ୍ଗ ଟା

କରୁଥିଲା ବିବେକ ର ହତ୍ୟା

ଲମ୍ପ ଦେଉଥିଲା ଜଳୁଥିବା

କ୍ୟାମ୍ପ ଫାୟାର  ହୁତୁହୁତୁ ନିଆଁ


ହେ ଇଆଡେ  ଦେଖ ,,,,,

ଉର୍ମି କେଡେ  ଉନ୍ମାଦିନୀ ପୁନେଇଁ ରାତିରେ

ଚୁମି ବାକୁ ବାଲୁକା ର ଵେଳା

ଲାଜ ନାହିଁ ତାରି  ଅଧରେ

ଏ ପରା ଆମ ରିଲେସନ୍ ସିପ୍

ଚାଲ ଫେରି ଯିବା ପ୍ରତୀକ୍ଷାରେ 

ପଂଚତାରକା ହୋଟେଲଟା

ଅଧୀର ହେଲାଣି

ଏବେ ହାତଠାରେ


ନିବୁଜ କୋଠରୀ କାନ୍ଥ

ଛାତ କୁ ପଚାରେ  ଏ ସମ୍ପର୍କ କେତେ ଦିନ ?

ଆମେ ଦୁହେଁ ପେଇଙ୍ଗ ଗେଷ୍ଟ 

ପୋଖତ ସାଂସାରିକ ଜୀବନର ଡେମୋ

ଅଜବ ଲାଗୁ ବା କାହାକୁ !

ଏଟା ତ ପ୍ରେମ ର ନୂଆ ଭରସନ୍


ସଭ୍ୟତାର କାଚ ଘରେ 

କଳା ଚଷମା ଆଖିରେ

ନୂଆ ନୂଆ ଟେକ୍ନୋଲୋଜି ଆସିଲାଣି

ପ୍ରେମ ସବୁ ପୁରୁଣା ଚିଠି ବାକ୍ସ

କାହିଁ କେଉଁ ଗାଁ ମୁଣ୍ଡ କଚେରୀ ପିଣ୍ଡାରେ

ଉତ୍ତର ମିଳେ କିଏ ଯଦି ପଚାରେ

ଓଠ ଚାପି ହସି ହସି କହିହୁଏ

ମେଡ଼ିକାଲ ସାଇନ୍ସ ଏବେ

କାହିଁ  କେତେ  ଆଗରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance