STORYMIRROR

Pranati Mahapatra

Abstract Others

2  

Pranati Mahapatra

Abstract Others

ପ୍ରେମପ୍ରଣତି

ପ୍ରେମପ୍ରଣତି

1 min
13.1K


ଲୁହରେ ଭିଜୁଛି ଲୁହରେ ଲେଖୁଛି

   ଲୁହ ସାକ୍ଷୀ ରହିଛି,

ସାଥେ ଥିବାବେଳେ ପ୍ରୀତି କଥାବେଳେ

   ଲୁହ ବି ମୁରୁକି ହସିଛି।

ଲୁହ ଦେଖୁଥାଏ ପରଦା ଉହାଡେ

  ଆମ ପ୍ରୀତିର ସେ ସାକ୍ଷୀ,

କେତେ ମିଠାକଥା ଅନ୍ତରାଳେ ଶୁଣି

  କହେ ଦେଖୁଥା ତୁ ଆଖି।

ଆଖିଅଛି ପାଖେ ଲୁହ ବି ପାଖରେ

  ତୁମେ ଯେ ଦୂରେଇ ଗଲ,

ଏତେ ସାକ୍ଷୀ ଆଉ ପ୍ରମାଣ ଥାଇ ବି

   ନିର୍ଦ୍ଦୋଷ ସାବ୍ୟସ୍ତ ହେଲ।

ପ୍ରୀତି ସମୁଦ୍ରରେ ପ୍ରଶ୍ନଗୁଡା ଆଜି

    ମୁଣ୍ଡ ପିଟେ ଢେଉପରି,

 ମୂକ କୂଳ ପ୍ରଶ୍ନ ଉତ୍ତର କି ଦେବ

    ସମ୍ପର୍କକୁ ପର କରି?

   

ପ୍ରଣତି ମହାପାତ୍ର

ଶିକ୍ଷୟତ୍ରୀ

ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract