STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପ୍ରେମୋଦୟ ଚମ୍ପୂ (ମ)

ପ୍ରେମୋଦୟ ଚମ୍ପୂ (ମ)

1 min
291

ପ୍ରେମୋଦୟ ଚମ୍ପୂ

କବି ସୂର୍ଯ୍ୟ ବଳଦେବ ରଥ

(ଚୌପଦୀ ପ୍ରେମୋଦୟ )


(25)

ରାଧାଙ୍କପ୍ରତି ସଖି

ରାଗ - କାମୋଦି - ଏକତାଳି

ମରଜିକି ଚାହିଁ ତୋର ନିଶ୍ଚେ ନାହିଁ କଲିଟି (ଘୋଷା)

ମଦନରୁ ମନୋହର - ଅଟେ ଶ୍ୟାମ କଳେବର

ଦେଖି ସଖି, ତୁ ଅବଶ୍ୟ ପଛେ ଯିବୁ ଭୁଲିଟି (1)

ମାନ ନରହିବ ତୋର - ନାଚିବ ଯେବେ ତାହାର

ନାଗରୀଙ୍କ ଧୃତି ହର ଚାରୁ ଚିଲ୍ଲୀ ବଲ୍ଲୀଟି(2)

ମହା ଅବିବେକୀ ପରି  - ତୋ ବୋଲରେ ନବିଚାରି

ସୁକୃତ ପ୍ରାପତ ନିଧି ପାଦେ ଫିଙ୍ଗି ଦେଲିଟି (3)

ମାନେ କରିବୁ ନିଷେଧ -  ପଛେ ନୋହିବ ସେ ବୋଧ

ଯେବେ ବୁଡିଲେ ତୁ କାମ ସିନ୍ଧୁରେ ମୁଁ ମଲିଟି (4)

ମନ ମୋହନ ମନ୍ତର - ଭାଷେ ଜଗଦ୍ଦେବ ଗିର

ତାର ଲୀଳାରେ ଡୋଳାକୁ ଖେଳାଇ ମୁଁ ଦେଲିଟି (5)



Rate this content
Log in

Similar oriya poem from Classics