STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପ୍ରେମୋଦୟ ଚମ୍ପୂ (ଲ)

ପ୍ରେମୋଦୟ ଚମ୍ପୂ (ଲ)

1 min
227

ପ୍ରେମୋଦୟ ଚମ୍ପୂ

କବି ସୂର୍ଯ୍ୟ ବଳଦେବ ରଥ

(ଚୌପଦୀ ପ୍ରେମୋଦୟ )

(28)

ରାଧାଙ୍କପ୍ରତି ଶ୍ରୀକୃଷ୍ଣ

ରାଗ - ବିହାଗ - ଝୁଲା୍

ଲାବଣ୍ୟବତୀ ଲାଜ ଧରୁ ଆଜ ମତିରେ (ଘୋଷା)

ଲଳିତ – ଅଧରା ଲେଖୁ ନଖେ ଧରା

ଶରଦ ଚନ୍ଦ୍ରମା ମୁଖ ପୋତି ରେ (1)

ଲେଖିବା ବିନୟ କଲୁକି ହୃଦୟ

ନବୀନା ତୋ ବିନା କେ ଗତିରେ (2)

ଲାଖ କରି ମାର ହୃଦୟକୁ ଶର

ବିନ୍ଧେ ଅତି କୋପେ ରତି ପତି ରେ (3)

ଲତା ରମ୍ୟକୁଞ୍ଜ ମଣ୍ଡ ପଦ ଭଞ୍ଜ

ଖଞ୍ଜନାକ୍ଷୀ ଘେନ ମୋ ବିନତିରେ (4)

ଲିଭାଅ ବିରହ ଜାତ ହୁତବହ

ଜଗଦ୍ଦେବ କହେ ଭାରତୀ ରେ (5)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics