Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପ୍ରେମୋଦୟ ଚମ୍ପୂ (କ)

ପ୍ରେମୋଦୟ ଚମ୍ପୂ (କ)

1 min
135


ପ୍ରେମୋଦୟ ଚମ୍ପୂ

(ଚୌପଦୀ ପ୍ରେମୋଦୟ )

କବି ସୂର୍ଯ୍ୟ ବଳଦେବ ରଥ

ସଖୀ

ରାଗ-   ପୂରବୀ      - ଆଠତାଳି


କଳାବତୀ ରେ , କହ ମୋଠାରୁ ତେଜି କପଟରୀତି(ଘୋଷା)

କିମ୍ପା ଆଜ ଆଜନମ,ସୁଖୀ କଳାକର ମୁଖ ଅଛି ଶୁଖି

କମନୀୟ ବୀମ୍ବ - ବିଜୟୀ ଅଧରେ

ମୃଗମଦେ ଭୃଙ୍ଗ ନାହିଁ ଲେଖି (1)   

           କୋକନଦଜିଣା ଚାରୁକର                        କିଶଳୟ ଗଣ୍ଡେ ମଣ୍ଡିବାର            କେଉଁ କାଳେ ହେଲେ ଦେଖି ତ ନଥିଲା

ପରାଣ ସଖି, ନୟନ ମୋର (2)

କଞ୍ଜଲତା ମନ୍ଦ ବାତ ପରି         କମ୍ପୁଛି ତୋ ତନୁ ସୁକୁମାରୀ

କିସ ଏ ବେଦନା ତୁ ରାଜ ନନ୍ଦନା

ଲଭି ମଜ୍ଜିଅଛୁ ଶୋକବାରି(3)

କନକକୁ ବଳିଥିବା ତେଜ        କଳା କିମ୍ପା ପଡିଗଲା ଆଜ

କହଇ ଶ୍ରୀ ଜଗଦେବ ଦୁଃଖେ ପୋତିଅଛୁ

କିମ୍ପା ମୁଖ- ଦ୍ୱିଜରାଜ(4)


Rate this content
Log in

Similar oriya poem from Classics