ପ୍ରେମୋଦୟ ଚମ୍ପୂ (11)
ପ୍ରେମୋଦୟ ଚମ୍ପୂ (11)
ରାଧା
ରାଗ - ତୋଡି ଜଙ୍ଗଲା - ନିଃସାରୁ ତାଳ
ଟାଳିଲା କେ ମୋ ସୁଖ ମୂଳକୁ
ଚନ୍ଦ୍ରମୁଖ ରସି ରହିଲେ କାହା ପାଶେ (ଘୋଷା)
ଟଙ୍କାରି ସ୍ମରଶର ,ବିନ୍ଧେ ମରମେ ମୋର
ବାରବାର ଅତି ନିରାଶେ (1)
ଚେକାଇ ଶୁଭାଙ୍ଗିନୀ, - ଚନ୍ଦ୍ରକୂଳେ ସଙ୍ଗିନୀ
ରମିଲା ଶ୍ୟମରେ ହରଷେ(2)
ଟିକିଏ ନାହିଁ ଦୋଷ, କାହିଁକି ଧରି ରୋଷ
ହରିନଇଲେ ମୋର ପାଶେ (3)
ଟାଣି ନେଇ ମୋ ମତି, ଆନ ରାମାରେ ପ୍ରୀତି -
କଲେ ଶ୍ରୀ ଜଗଦ୍ୱେବ ଭାଷେ(4)
