STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପ୍ରେମୋଦୟ ଚମ୍ପୁ (ସସ)

ପ୍ରେମୋଦୟ ଚମ୍ପୁ (ସସ)

1 min
443

ପ୍ରେମୋଦୟ ଚମ୍ପୁ


ରାଧାଙ୍କ ପ୍ରତି ଶ୍ରୀକୃଷ୍ଣ

ରାଗ – ସାବେରୀ - ଝୁଲା

କବି ସୂର୍ଯ୍ୟ ବଳଦେବ ରଥ


ସୁକୁମାରୀ ନୃପତିକୁମାରି .

ନ, ଯା ମୋତେ ମାରି ରେ ( ଘୋଷା)

ସୁର ମନୋହାରୀ - ମୋ ଅଙ୍କ ବିହାରି

ହୁଅ, ମନସିଜ- ରାଜ ଯାଉ ଆଜ ହାରି ରେ (1)

ସୁଲଳିତ ବାରି, - ରୁହ ନେତ୍ରବାରି

ନିର୍ଝରକୁ ନ ଝରାଇ ଦିଅ ତୁ ନିବାରି ରେ (2)

ସ୍ମର ନଦୀ ପାରି କରାଇ ଉଦ୍ଧାରି

ନ ଦେଇ ତୁ ମୋତେ ରହୁ ଚିତ୍ତେ କି ବିଟାରି ରେ (3)

ସିଞ୍ଚ କୃପାବାରି- ଶାୟକ ପ୍ରହାରି

ବୋଲେ ଜଗଦ୍ଦେବ ସ୍ମର ଦେହଟି ସଂହାରି ରେ (4)



Rate this content
Log in

Similar oriya poem from Classics