STORYMIRROR

Tapan kumar Sahu

Romance

3  

Tapan kumar Sahu

Romance

ପ୍ରେମିକାର ହସ

ପ୍ରେମିକାର ହସ

1 min
295


ଏଇ ଦେଖ ଥରେ 

ମୋ କାକର ଭିଜା ଉଷ୍ଣତାର 

ପୁଙ୍ଗୁଳା ଦେହ ll 


ଖିନଭିନ୍ ଅତୀତ 

ଅସଜଡ଼ା ଭବିଷ୍ୟ 

କୁତ୍ରିମ ଆଲୋକରେ 

ଝଲସୁ ଥିବା ରାସ୍ତା .... ll 

ମୁଁ ପଥିକ 

ଗାଁ ମୃଦଙ୍ଗ ସ୍ଵରେ 

ବିତାଡିତ ପ୍ରେମିକ ll 


ଚିକମିକ ଜରି ଲାଇଟ 

ଭିଡର ପ୍ରେମିକା 

ଦୀପାଳିର ଶେଷ ଦୀପ 

ଛାନଛଡା ଲତା 

ମାପୁଥାଏ 

ଶୀତ ଆଉ କାକରକୁ ନେଇ 

ପ୍ରେମିକ ର ହସ ll 


ଦିଗ ସବୁ ଅଜଣା 

ମନ୍ତ୍ର ତନ୍ତ୍ର 

ସତେ ଯେମିତି 

ମୁଖ୍ୟ ଆକର୍ଷଣ 

ବିବାହ ବନ୍ଧନ 

ଆଖିରେ ଆଖିର 

କୋମଲ କାମୁକ ଇନ୍ଧନ 

ଅସଜଡ଼ା ବାଟରେ 

ଏବେ ଦୁହେଁ ll 


ଏହି ଯେମିତି 

ଛୋଟ ଛୁଆ 

ଖଡ଼ି ଛୁଇଁଛି 

ଅଦିନିଆ ମେଘ ବି 

ଟୁପଟାପ 

ଝରେଇ ଦେଇଛି...... ll 


କ୍ଷଣିକ ଆନ୍ଦାଳନ 

କୁତ୍ରିମ ଲାଇଟ ଅପେକ୍ଷାରେ ll 


ସବୁ ଏବେ ଅମର 

ପ୍ରେମ, ପ୍ରତାରଣା... 

ସ୍ନେହ ବନ୍ଧନ ll 


ତୁମେ ଆଉ ମୁଁ 

ଦୁହେଁ ହେବା ପରଠୁ ll 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance