ପ୍ରେମିକା
ପ୍ରେମିକା
କନକ ଗୋରୀ ଭାରି ସୁନ୍ଦରୀ
ପ୍ରେମିକା ସିଏ ମୋର
ଅଭିମାନିନୀ ମନ ମାନିନୀ
ସରଳ ହୃଦ ତା'ର ।
ମୃଦୁ ଭାଷିନୀ ରାଜନନ୍ଦିନୀ
ରୂପରେ ଅନୁପମା
ଭାରି ଗେହ୍ଲେଇ ଟିକେ ଫୁଲେଇ
ନାଆଁଟି ତା'ର ସୀମା ।
ନୀଳନୟନା ଚଞ୍ଚଳମନା
କୋକିଳକଣ୍ଠୀ ପ୍ରିୟା
ସେ ଘନକେଶୀ ଯୁବାବୟସୀ
ଅତୀବ ସୌମ୍ୟ କାୟା ।
ଗଜଗାମିନୀ ମନମୋହିନୀ
ସୁଶୀଳା ଚନ୍ଦ୍ରମୁଖୀ
ଶାନ୍ତ ସରଳ ହୃଦ କୋମଳ
ଲାଜେଇ ମୋର ସଖୀ ।
ଗଭା ଗଜରା ଫୁଲରେ ଭରା
ହସରୁ ଝରେ ମୋତି
ଚାଲି ହଂସିନୀ କାନ୍ତା କାମିନୀ
ଗାଏ ସେ ପ୍ରେମ ଗୀତି ।

