ପ୍ରେମିକା ସହିତ ପ୍ରଥମ ଦେଖା
ପ୍ରେମିକା ସହିତ ପ୍ରଥମ ଦେଖା
ହାତରେ ଗୋଲାପ ମୁଖେ ସ୍ମିତ ହାସ୍ୟ
ଚାଲୁଥିଲି ଥିରି ଥିରି
ପ୍ରେମିକା ଗଳିରେ ସକାଳ କୁହୁଡି
ପଡୁଥିଲା ଅଳ୍ପ ଝରି ।
କୁକ୍କୁଟର ରାବ କୋଇଲିର ସୁର
ମତୁଆଲା କରୁଥିଲା
ଗଙ୍ଗପୁଷ୍ପ ବାସେ ଦେହେ ଶିହରଣ
ଅଜାଣତେ ଖେଳି ଗଲା ।
ବଉଳର ବାସ୍ନା ମନେ ନେଇ ତୃଷ୍ଣା
ପୀରତି କାତର ହୋଇ
ବଢ଼ି ଚାଲିଥିଲା ହୃଦୟ ସ୍ପନ୍ଦନ
ପ୍ରେୟସୀ ଦର୍ଶନ ପାଇଁ ।
ହେଲା ସନ୍ନିକଟ ମୋ ମନ ଉଚ୍ଚାଟ
ଶୁଣି କା ନୂପୁର ଶବ୍ଦ
ଭାବିଲି ପ୍ରେୟସୀ ପାଶେ ଆସୁଛନ୍ତି
ଦେଖି ହୋଇଗଲି ସ୍ତବ୍ଧ ।
ଗୋଟିଏ ଚାଉଳେ ଗଢା ତାର ଦେହ
ରୂପ ଲାବଣ୍ୟ ଅପୂର୍ବ
ଶୀତଳ ପବନ ଦଲକାଏ ଆସି
ଭାଙ୍ଗି ଦେଲା ମୋର ଗର୍ବେ ।