STORYMIRROR

Purnima Prusty

Romance Classics Others

3  

Purnima Prusty

Romance Classics Others

ପ୍ରେମିକ ତୁମର ନାମ

ପ୍ରେମିକ ତୁମର ନାମ

1 min
245

ପ୍ରେମର ପବିତ୍ର ଉପହାର ତୁମେ

ପ୍ରେମିକ ତୁମର ନାମ

ମୋ ମନ ମାଲିକ ସପନ ବଣିକ

ପ୍ରୀତି ତୁମ ଫୁଲ ସମ...


ସ୍ୱର୍ଗୀୟ ଭାବନା ଗନ୍ତାଘର ତୁମେ

କବିତାର ସ୍ୱଚ୍ଛ ପଂକ୍ତି

ହୃଦୟ ରାଇଜ ମହାରାଜ ମୋର

ପ୍ରେମ ମୋ ତୁମଠି ଇତି...


ସ୍ନେହ,ଶରଧାର ସାଗରଟେ ତୁମେ

ସ୍ପର୍ଶେ ଦୂରେ ଯାଏ କଷ୍ଟ

ଭାଗ୍ୟ ଭବିଷ୍ୟତ ମିଛ ହେଇପାରେ

ତୁମେ ଏକା ଚିର ସ୍ପଷ୍ଟ...


ତୁଚ୍ଛ ଜୀବନରେ ଗର୍ବ ଏକା ତୁମେ

ମୋ ସିନ୍ଦୁରର ସ୍ୱାଭିମାନ

ସାତ ଜନମକୁ ହସ୍ତାକ୍ଷର ସେ ଯେ

ଚିରବନ୍ଦୀ ମୋର ମନ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance