STORYMIRROR

Satyabati Swain

Romance

3  

Satyabati Swain

Romance

ପ୍ରେମିକ ହେବା ସହଜ ନୁହେଁ

ପ୍ରେମିକ ହେବା ସହଜ ନୁହେଁ

1 min
357

ଦିନ ଛୋଟ ହୋଇଯାଏ

ରାତି କଷ୍ଟ ଦିଏ

ଅନ୍ଧାର ଚୁପି କିଛି କୁହେ

ଉଦାସ ଭାଵ ଜଗଡି ଧରେ

ପାର୍କ ଗଛ ଗଣ୍ଡିକୁ ଆଉଜି

ତାକୁ ପାଇବାକୁ

ମନ ବ୍ୟାକୁଳ ହୁଏ

ଅନ୍ତତଃ ଦିନରେ

ତା ସହ ଥରେ ଦେଖା ନହେଲେ

କେଉଁଥିରେ ମନ ଲାଗେନା

ଗେହ୍ଲା ପୁଅ

ମାଆକୁ ମିଛ କୁହେ।


ତାକୁ ନୂଆ ନୂଆ ଗିଫଟ୍ ଦେବାକୁ

ବାବାଙ୍କ ପକେଟରେ

କଳା କନା ବୁଲେଇବାକୁ ପଡେ

ବେସରମ ହୋଇ

ମନ କଥା ସାଙ୍ଗ କି ଭାଉଜଙ୍କୁ 

ଲାଞ୍ଚ ଦେଇ ଫୁସୁଲାଇବାକୁ ହୁଏ

ସତରେ ଜଣେ ପ୍ରେମିକ ହେବା

କି କଷ୍ଟ

କେବଳ ଜଣେ ପ୍ରେମିକ ହିଁ କହିପାରେ

ଚୋର

ମିଛୁଆ

ନିର୍ଲ୍ଲଜ

ପାଗଳ ହେବାକୁ ହୁଏ

"ଓଃ !ପ୍ରେମିକ ପଣ"

ବେଜାଏ ଦୁଃଖ ଦିଏ।


ପ୍ରେମ ମିଳିଲେ ଭଲ

ନଚେତ୍

ବିଚରା ଭାବୁକ ହୋଇ

ଦି ପାଞ୍ଜିରୁ ଯାଏ

ପ୍ରେମିକ 

ଆଗ୍ନେୟଗିରିର ଲାଭାରେ

ନିଇତି

ନିଜ ଆଶା ଭବିଷ୍ୟ ବିଶ୍ୱାସ

ଦେହ ମନକୁ ସେକୁଥାଏ

ହୃଦୟକୁ ଜାଳି

ପ୍ରେମ ଜ୍ଜ୍ୱଳନର ପୀଡା ସହୁଥାଏ

"ପ୍ରେମିକ ହେବା ଏତେ

ସହଜ ନୁହେଁ।"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance