STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Romance

2  

କବିଶ୍ରୀ ଅକ୍ଷୟ କୁମାର ବେହେରା

Romance

ପ୍ରେମ...

ପ୍ରେମ...

1 min
89

ପ୍ରେମ ଅଟେ ଏକ ଏମିତିକା ଶବ୍ଦ

ମନେ ଆଣେ ଅନେକ ପ୍ରଶ୍ନ

କହିବା ଶୁଣିବା ସବୁଠୁ ମଧୁର

ଅବୁଝାକୁ ବିଷ ସମାନ


ପିତାମାତାଙ୍କର ମିଳନରୁ ପ୍ରେମ

ମାତୃଗର୍ଭେ ହୁଏ ପ୍ରସାର

ଯହିଁ ସୃଷ୍ଟିକର୍ତ୍ତା ନିଜେ କାରିଗର

ସଂସାର କରନ୍ତି ବିସ୍ତାର


କୁଆଁରାବ ଦେଇ ଭୂମିଷ୍ଠ ହୋଇଲେ

ପ୍ରେମରେ ସେବେଠୁ ବାନ୍ଧନ୍ତି

ପିତାମାତା ସହ ଆତ୍ମୀୟ ସଦ୍ଜନ

ସଭିଏଁ ମାୟାରେ ଛନ୍ଦନ୍ତି


ମାତୃ ପ୍ରେମ ଅଟେ ପ୍ରଥମ ଏପ୍ରେମ

ଦ୍ବିତୀୟେ ପିତାଙ୍କ ସିଦ୍ଧାନ୍ତ

ତୃତୀୟେ ଆତ୍ମୀୟ ସଦ୍ଜନ ରହନ୍ତି

ଚତୁର୍ଥେ ଏ ଜୀବ ଜଗତ


ପଞ୍ଚମରେ ଯାଇ ପ୍ରେମିକାର ମନ

ଯୌବନକୁ ଯେ ଦହଲାଏ

ଷଷ୍ଠରେ ରହଇ ଧର୍ମ ପତ୍ନି ପ୍ରେମ

ପ୍ରିତି ରସରେ ଯେ ଭିଜାଏ


ସପ୍ତମ ପ୍ରେମଟି ତହିଁ ଜାତ ହୋଇ

ସନ୍ତାନ ରୂପରେ ବୋଲାଏ

ସର୍ବଶ୍ରେଷ୍ଠ ପ୍ରେମ ସ୍ବୟଂ ପରମାତ୍ମା

ଆତ୍ମା ଭାବରେ ସଦାଥାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance