STORYMIRROR

Bauribandhu Lenka

Romance Abstract Others

4.5  

Bauribandhu Lenka

Romance Abstract Others

ପ୍ରେମ

ପ୍ରେମ

1 min
13.5K


(1)

ପ୍ରେମ ଜାଣେ ନାହିଁ ସୀମା ସରହଦ

ଧର୍ମ ଗୋତ୍ର ଅବା ଜାତି

ପ୍ରେମ ହୋଇଗଲେ ମନରେ ଉତ୍ତାପ

ଦେହରେ ନଥାଏ ତାତି II

(2)

ପ୍ରେମ ଆଇନାରେ ସବୁ ରଙ୍ଗ ଏକା

ଦିଶେ ଗୋଲାପି ଗୋଲାପି

ପ୍ରେମ ଲୁଚାଇଲେ ବାସ ଚହଟଇ

ରହେ ନାହିଁ କେବେ ଛପି II

(3)

ପ୍ରେମ ପିଆଲାରେ ଯାହା ବି ପିଇଲେ

ଲାଗୁଥାଏ ମିଠା ମିଠା

ପ୍ରେମ ନଦୀ ସଦା ଜୁଆରିଆ ଥାଏ

ପଡେ ନାହିଁ କେବେ ଭଟ୍ଟା II

(4)

ପ୍ରେମ ନୁହେଁ ବହ୍ନି ଦହଇ ଶରୀର

ମନ ହୁଅଇ ଅସ୍ଥିର

ପ୍ରେମ ନୁହେଁ ଅସ୍ତ୍ର ମରମ ଭେଦଇ

ବାଜିଗଲେ ପ୍ରେମ ତୀର II

(5)

ପ୍ରେମ ମାନେ ନାହିଁ ଉଚ୍ଚ ନୀଚ ଭେଦ

କିଏ ବଡ କିଏ ସାନ  

ପ୍ରେମ ଆକାଶରେ ସବୁବେଳେ ହସେ

ଶରଦ ଉଦିଆ ଜହ୍ନ II

(6)

ପ୍ରେମ ଯେ ଶାଶ୍ୱତ ପ୍ରେମ ଚିରନ୍ତନ

ପ୍ରେମ ଅମୃତର ଧାରା

ପ୍ରେମରେ ପାଗଳୀ ହୋଇଥିଲେ ଦିନେ

ପ୍ରେମମୟୀ ରାଧା ମୀରା II

(7)

ପ୍ରେମ ବନ୍ଧନରେ ବାନ୍ଧିହୁଅ ସର୍ବେ

ପ୍ରେମର ହେଉ ଜୟ

ଶାନ୍ତି ସଦ୍ଭାବନା ଉଜ୍ଜୀବିତ ହେଉ

ହଟୁ ଆତଙ୍କର ଭୟ II


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance