STORYMIRROR

Sasmita Mohapatra

Romance

2  

Sasmita Mohapatra

Romance

ପ୍ରେମ

ପ୍ରେମ

1 min
378

ପ୍ରେମ ଏକ ଅମିଳନ ପାରିଜାତ ଫୁଲ

ପ୍ରସ୍ପୂଟିତ ହୃଦୟ କାନନ

ପ୍ରେମ ପୁଣି ମନ ଦେଶେ କାଉଁରୀ ମନ୍ତର

ସାଉଁଟେ ସେ ସଜାଇ ସପନ


ପ୍ରେମ ଏକ ଅମାନିଆ ଚୁଲବୁଲ୍ ନଈ

ବହିଥାଏ ବନ୍ଧୁର ଦିଗନ୍ତ

ପ୍ରେମ ସତ୍ୟ କେଉଁ ଏକ ଅଜଣା ଇଲାକେ

ଫେରିବାର ରାସ୍ତା ଅନିଶ୍ଚିତ


ପ୍ରେମ ଏକ ଛନ୍ଦମୟ ମାଧୁରିମା ଗୀତ

ତୋଳିଥାଏ ରସର ରାଗିଣୀ

ପ୍ରେମ ମୈତ୍ରୀ ସୁଖ,ଶାନ୍ତି, ସ୍ନେହର ବନ୍ଧନ

ମରୁଭୂମେ ଖେଳେ ନିର୍ଝରିଣୀ


ପ୍ରେମ ସୁଧା ଜୀବନର ବିଷ ପାତ୍ରଟିରେ

ସ୍ବର୍ଗପ୍ରୀତି ଭରେ ପ୍ରାଣେ ପ୍ରାଣେ

ପ୍ରେମ ପୁଣି ଜଳାଏ ଯେ ଶାନ୍ତିର ମଶାଲ

ଅମା ନାଶେ ନବ ଜାଗରଣେ


ପ୍ରେମ କ୍ଷୁଧା ଯୌବନର ସିକ୍ତ ମଧୁବେଳେ

ଝରିଯାଏ ନିଃଶ୍ବାସ ଗନ୍ଧରେ

ପ୍ରେମ ତ ଶୃଙ୍ଖଳା ଏହି ବ୍ୟସ୍ତ ଜୀବନରେ

ଆଲିଙ୍ଗନ ଆପଣା ସ୍ବାଦରେ


ପ୍ରେମ ତିଷ୍ଟି ରହିଅଛି ଧରଣୀ ବୁକୁରେ

ଆନନ୍ଦର ଅସରନ୍ତି ମୋହ

ପ୍ରେମ ରଥେବିଜୟାଶ୍ରୀ ନର ବା ଦେବତା

ପାଇଛି ସେ ଲହୁ କେବେ ଲୁହ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance