Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Romance

3  

Sunanda Mohanty

Romance

ପ୍ରେମ

ପ୍ରେମ

1 min
121



ପ୍ରେମ ଏକ ହୃଦୟର ଋତୁ

ପ୍ରେମ ରଙ୍ଗ ସତେ ଏକ ସେତୁ

ପ୍ରେମ ଫୁଲ କେବେ ମିତ୍ର ପରନ୍ତୁ

ପ୍ରେମ ଇନ୍ଦ୍ରଜାଲ ଛନ୍ଦୁ ଛନ୍ଦୁ

ପ୍ରେମ ଫଲ୍ଗୁର ଇନ୍ଦୁ ଝର ଝର ବିନ୍ଦୁ

ପ୍ରେମ ଲଙ୍ଘି ପାରେ ସାତ ସିନ୍ଧୁ 

ପ୍ରେମରେ କେବେ ନଲାଗେ ଅଳନ୍ଧୁ

ପ୍ରେମ ଶାଶ୍ଵତ ଚିରନ୍ତନ

ପ୍ରେମ ଶଙ୍ଖ ଚକ୍ର ଚିହ୍ନମାନ

ପ୍ରେମ ଅଭିଧାନର ଓଁ ନିବେଦନ

ପ୍ରେମ ସାତରଙ୍ଗର ଚନ୍ଦନ

ପ୍ରେମ କସ୍ତୁରୀ ଫୁଲବନ

ପ୍ରେମ ତାରାଫୁଲ ଭରା ଶ୍ରାବଣ

ପ୍ରେମ ଢେଉ ଭରା ଫଗୁଣ

ପ୍ରେମ ନୟନର ଦୁଇ ମୁକ୍ତା ବିନ୍ଦୁ

ପ୍ରେମ ଝରଣାର କାଚ କେନ୍ଦୁ

ପ୍ରେମ ଝରା ଶେଫାଳୀ ବର୍ଷାବଧୂ

ପ୍ରେମ ସୁଗନ୍ଧରେ ବୁନ୍ଦା ବୁନ୍ଦା ଚନ୍ଦ୍ରବିନ୍ଦୁ

ପ୍ରେମରେ ନଥାଏ ଶତ୍ରୁ ଗ୍ରୀଷ୍ମ ଦହନ କିନ୍ତୁ



Rate this content
Log in

Similar oriya poem from Romance