STORYMIRROR

Padmalaya Mishra

Romance

2  

Padmalaya Mishra

Romance

ପ୍ରେମ

ପ୍ରେମ

1 min
13.8K


ଆମ ଭିତରେ ଏ ପ୍ରେମ ଥିଲା

ଆଉ ରହିଥିବ

ଯଦିଓ ସମୟର ଚକ୍ର ଅଲଗା କରିଛି

ହୃଦୟ ତ ସାଇତିଛି ଆମ

ସମ୍ପର୍କର ମହଲକୁ

ବିଶ୍ୱାସ ଭରସା ସ୍ନେହ ଶ୍ରଦ୍ଧାର ସ୍ତମ୍ଭ ଉପରେ

ଯୁଗ ଯୁଗକୁ ଅମର ପୃଷ୍ଠାରେ ।


ପ୍ରାପ୍ତି ଅପ୍ରାପ୍ତିର ଝୁଲାରେ

ଧମନୀ ଆଜି ଚଞ୍ଚଳ

ମୁଁ ରାଧା ତୁମେ କାହ୍ନା ମୋ ହୃଦ କୁଞବନେ

ଯେଉଁଠି ନିତି ଆମ ମିଳନ

ସପନେ ଜାଗରଣେ

ଅଲଗା କରି ପାରିବନି ସମୟ କି ସମାଜ

ବିଭିନ୍ନ ଦ୍ଵାହି ଦେଇ

କାରଣ ସେ ଇଲାକାରେ ଖାଲି

ରାଜୁତି ପ୍ରେମର ଆଉ ହୃଦୟର ।।।



ପଦ୍ମାଳୟା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance