ପ୍ରେମ
ପ୍ରେମ
ପ୍ରେମ କଳାକୃଷ୍ଣ ସମ
ପ୍ରେମ ବଂଶୀ ସ୍ୱନ
ଅଢେ଼ଇ ଅକ୍ଷର ପ୍ରେମ
ଗହନ ସାଧନ ।
ପ୍ରେମ ପୁଣି ତୋଫା ଗୋରୀ
ରାଧିକା ସମାନ
ଅନୁସାର ଚନ୍ଦ୍ର ବିନ୍ଦୁ
ବିସର୍ଗ ହିଁ ପ୍ରେମ ।
ଅନାଦି ଅନନ୍ତ ପ୍ରେମ
ପ୍ରେମ ସୁଧା ନୀର
ପ୍ରେମ ମଧୁ ପ୍ରାପ୍ତି ଲାଗି
ପାଗଳ ଭ୍ରମର ।
ସଚ୍ଚିଦାନନ୍ଦ ଜୀବନ
ପ୍ରେମ ଚିରନ୍ତନ
ପ୍ରେମ ଭକ୍ତି ସମର୍ପଣେ
ଜାଗେ ଜଡ଼ ପ୍ରାଣ ।
ସଦାଶିବ ନୀଳକଣ୍ଠ
ବିଷୟ ଗରଳ
ଜାଗତିକ ଏ ପୃଥିବୀ
ପ୍ରେମର ଅନଳ ।
ସପ୍ତରଙ୍ଗ ସମାହାର,
ପ୍ରେମ ଚିର ସବୁଜିମା ସତ୍ୟ ଶିବ
ପ୍ରେମ ହିଁ ସୁନ୍ଦର ।
