STORYMIRROR

Sunita Barik

Romance Others

3  

Sunita Barik

Romance Others

ପ୍ରେମ

ପ୍ରେମ

1 min
136

ଆଖି ବୁଝେ ନାହିଁ ଲୁହର ମୂଲ

ହୃଦୟ ବୁଝେନା କୋହ

ଥରେ ଭାଙ୍ଗିଗଲେ ଏଇ ହୃଦୟଟା

ଆଉ ଯୋଡିବା ସମ୍ଭବ ନୁହଁ

ପ୍ରେମ ତ ପବିତ୍ର ଯୁଗ ଯୁଗ ପାଇଁ

କା ପାଇଁ ଆଣେ ଫଗୁଣ

କାହା ପାଇଁ ପୁଣି ମରୁମରୀଚିକା

କା ପାଇଁ ଧାରା ଶ୍ରାବଣ

ପ୍ରେମ ନୁହେଁ ଏକ ବରଷାର ଧାରା

ଶ୍ରାବଣରେ ବରଷିବ

ପ୍ରେମ ନୁହେଁ ଏକ ଆକାଶର ତାରା

ରାତି ହେଲେ ଝଲସିବ

ପ୍ରେମ ତ ଏମିତି ପବିତ୍ର ବନ୍ଧନ

କାଳେ କାଳେ ସାଥେ ଥିବ‌

ଅଲଗା ଅଲଗା ଦୁଇ ହୃଦୟକୁ

ପ୍ରେମ ଡୋରେ ବାନ୍ଧି ଦେଵ

ପ୍ରେମ ନୁହେଁ କୋଉ ବଗିଚାର ଫୁଲ

ଫୁଟି ପୁଣି ଝଡିଯିବ

ପ୍ରେମ ନୁହେଁ ଏକ ନିଆଁର ଝୁଲ

ଦୁଃଖ ଖାଲି ଦେଉଥିବି

ପ୍ରେମ ତ ଦିଏନା ଦୁଃଖ କି ଯନ୍ତ୍ରଣା

ହୃଦେ ସଞ୍ଚରେ ନୂଆ ଆଶା

ପ୍ରତି ବଦଳରେ ଖୋଜୁଥିବା ଆଶା

ହୃଦେ ଭରେ ନାନା ବ୍ୟଥା

ପ୍ରେମ ତ ଏମିତି ଅଭୂଲା ସ୍ମୃତି

ଚିରଦିନ ସାଥେ ଥିବ‌

ପ୍ରେମର ନାମ ଯୁଗ ଯୁଗ ପାଇଁ

ସ୍ଵର୍ଣ୍ଣାକ୍ଷରେ ଲେଖା ହେବ........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance