STORYMIRROR

Kali Kumar

Abstract Romance Classics

4  

Kali Kumar

Abstract Romance Classics

ପ୍ରେମ

ପ୍ରେମ

1 min
242

ପ୍ରେମ ଯେବେ ହୃଦୁ ଆରମ୍ଭ ହୋଇ

ନୟନେ ତୋଳେ ଘର,

ମାପିବାକୁ ତା' ଅବୟବ, ତା' କଳେବର

ନିଅଣ୍ଟ ପଡ଼େ,

ଅସୀମ ପାରାବାର, ବ୍ୟାପ୍ତ ଅମ୍ବର

ପ୍ରେମ ଯେବେ ହୃଦୁ ଆରମ୍ଭ ହୋଇ

ନୟନେ ତୋଳେ ଘର ।।

ଅବାଚ୍ୟ ଭାବନା ହୃଦେ ଗୋ ଧରି

ଅବତୀର୍ଣ୍ଣ ହୁଅଇ ସେ ଅବତାରୀ

ଧିରେ ଧିରେ ତୋଳେ ସେ ପ୍ରୀତି ନଅର

ଅପ୍ରମିତ, ଅପ୍ରମେୟ ପ୍ରଣୟ ଯେ ତା'ର

ଶୁଷ୍କ ମରୁ ଜୀବେ,

ସେ ସୁଧା ଧାର

ନୟନେ ନୟନ ମିଶିଲେ ଥରେ

ପ୍ରେମସୁଧା ଝରଇ ହୃଦ କନ୍ଦରେ

ସ୍ନାୟବିକ କ୍ରିୟା କରେ ପ୍ରଖର

ପ୍ରେମ ଯେବେ ହୃଦୁ ଆରମ୍ଭ ହୋଇ

ନୟନେ ତୋଳେ ଘର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract