STORYMIRROR

Kalish Chandra Parhi

Romance

2  

Kalish Chandra Parhi

Romance

ପ୍ରେମ

ପ୍ରେମ

1 min
12.8K


ପ୍ରେମ କେବେ

ସପନର

ସୁନା ଫୁଲ ଝରି,

କେବେ ସିଏ

ମିଳନର

ମୋହନ ବାଂଶୋରୀ।

କେବେ ସିଏ

ଜୀବନର

ଓଁକାର ଶବଦ,

ସ୍ବର୍ଗ ମର୍ତ୍ତ୍ୟ

ପାତାଳକୁ

କରିପାରେ ଭେଦ।

କେବେପୁଣି

ସାଜେସିଏ

ଅଣଚାଶୀ ଝଡ,

କେବେ ସିଏ

ଜିଣିପାରେ

ଅଭେଦ୍ୟ ସେ ଗଡ।

କେବେ କାହା

ଲଲାଟରେ

ବିଜୟ ତିଳକ,

ପିନ୍ଧାଏ ସେ

ସାଜେ ପୁଣି

କାହାର ଅନ୍ତକ।

* * *

କୈଳାସ ଚନ୍ଦ୍ର ପାଢୀ।କୁମାରପୁର।

ଭଦ୍ରକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance