ପ୍ରେମ ସୁହାଗିନୀ
ପ୍ରେମ ସୁହାଗିନୀ
ଇମା ଇମା
ଡର ନାହିଁ ଜମା,
ମୁଁ ତୁମର
ହେଲି ପ୍ରିୟତମା ।
ଦୁକୁ ଡୁକୁ
ହୁଏ ତୁମ ଛାତି,
ଭୟ କଲେ
ହୁଏ ନାହିଁ ପ୍ରୀତି l
ହସି ଦେଲେ
ଫୁଟିଯିବ ବୋମା l
ମୋତେ ଚାହିଁ
ଟିକେ କଥା କୁହ,
ମୁହଁ ପୋତି
କିଆଁ ଚାଲି ଯାଅ l
ଆନନ୍ଦରେ
ଦିଅ ଗୋଟେ ଚୁମ୍ମା l
ପ୍ରେମ ଡୋରୀ
ବାନ୍ଧି ଅଛି ମୁହିଁ,
ତୁମ ସାଥେ
ବାହା ହେବା ପାଇଁ l
ତୁମେ ଶିବ
ମୁଁ ତୁମର ଉମା l