STORYMIRROR

Chittaranjan Nanda

Abstract Classics

3  

Chittaranjan Nanda

Abstract Classics

ପ୍ରେମ ସ୍ନେହ ବିନା ଏ ଜୀବନ

ପ୍ରେମ ସ୍ନେହ ବିନା ଏ ଜୀବନ

1 min
121

ଭାବେ ମୁହିଁ,

ମୋ ପ୍ରିୟ ଭାରତ, ମୋ ମାତୃଭୂମି,

ମୋ ଜନ୍ମଭୂମି ଓ ମୋର କର୍ମଭୂମି

କଟାଇବି କାଳ ଦେଶର ସେବାରେ

ଦେଶ ମଙ୍ଗଳରେ ଦେଶ ଉନ୍ନତିରେ

କର୍ମରେ, ମନରେ ରଖିବି ତା ମହତ

ବିପଥେ ନଯାଇ କହିବି, ମହାନ୍ ଭାରତ

ରଖିବି ମନେ ସତଭାବନା ଓ ଭାଇଚାରା

ଧ୍ୟାନ ରହୁ କର୍ତ୍ତବ୍ୟ କରିବାର ବିଚାରଧାରା

ସହିଷ୍ଣୁତା, ଭଲ ପାଇବା ନଥିଲେ ମନରେ

ଅଙ୍କା ବଙ୍କା ହୁଏ ରାସ୍ତା ଜୀବନର ପରିଧିରେ

ମାନବ ଜୀବନ ସର୍ବଦା ଅଟେ ମୂଲ୍ଯବାନ

ପ୍ରେମ ସ୍ନେହ ବିନା ହୁଏ ଅତୀବ ମୂଲ୍ଯହୀନ

କ୍ଷତାକ୍ତ ହୁଏ ପ୍ରେମ ସ୍ନେହ ବିନା ଏ ଜୀବନ

ଜିଇଁବା ମୂଲ୍ଯହୀନ, ହେଲେ ଜ୍ଞାନଶୂନ୍ୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract