STORYMIRROR

Beenapani Seth

Romance

3  

Beenapani Seth

Romance

ପ୍ରେମ ଶବଦ ରୁ ଝରେ ପ୍ରୀତିର ମହକ

ପ୍ରେମ ଶବଦ ରୁ ଝରେ ପ୍ରୀତିର ମହକ

1 min
172

ପ୍ରେମ ଶବଦ ରୁ ଝରେ

ପ୍ରୀତିର ମହକ

ସୁନେଲି ସ୍ୱପନେ

ମଜ୍ଜି ଯାଇଛି ପ୍ରେମିକ

ନିଁଝୁମ ରାତିର ଅନ୍ଧକାରେ

ହୃଦୟର ଶୂନ୍ୟସ୍ଥାନରେ

ଚୁପି ଚୁପି କିଏ ସେ ଆସି

ହଜାଇ ଦିଏ ତା ଭାବ ତରଙ୍ଗିଣୀରେ

ବାସ୍ତବ ଜୀବନଠୁ ଦୁରେଇ

ପ୍ରେମର ରାଗିଣୀ ସଜେଇ

ଇନ୍ଦ୍ରଧନୁର ସାତ ରଙ୍ଗେ

ନିଜକୁ ସଜାଇ ଅଙ୍ଗେ ଅଙ୍ଗେ

ମନଲୋଭା ସୌନ୍ଦର୍ଯ୍ୟରେ

ପ୍ରେମର ପ୍ରଦୀପ ତେଜିଉଠେରେ

ପ୍ରେମ ରାଇଜେ ନିଜକୁ ହଜାଇ

ପରମ ତୃପ୍ତିର ସ୍ୱାଦ ଚଖେଇ

ନିମିଷକେ ଭାବ ବିହ୍ଵଳ ହୋଇ

ବାସ୍ତବତା ଠୁ ନିଜକୁ ଦୁରେଇ

କିଛି କ୍ଷଣ ସୁଖ ପାଇଁ ଆଜି

ପ୍ରେମ ପାଇଁ ପାଗଳ ସାଜି

ନିଜକୁ ତିଳ ତିଳ କରି ଦିଏ ରେ

ପ୍ରେମ ପାଇଁ ବାଟ ବଣା ହୁଏ ରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance