STORYMIRROR

Baijayantimala Rout

Romance

4  

Baijayantimala Rout

Romance

ପ୍ରେମ ଋତୁ

ପ୍ରେମ ଋତୁ

1 min
380

ସବୁ ଋତୁ ଲାଗେ ଫଗୁଣ ଫଗୁଣ

ପ୍ରେମ ଋତୁ ଗଲେ ଛୁଇଁ,

ବିନା ଫୁଲରେ ବି ଗୋଲାପ ପାଖୁଡା

ଦେଉଛ ତୁମେ ଝରାଇ ।

ମେଘ ମହ୍ଲାରର ବର୍ଷାରେ ଭିଜାଇ

ତନୁମନ କର ଓଦା,

ନିତି ସପନରେ ଆଖି ପଲକରେ

ରହିଥାଅ ତୁମେ ସଦା ।

ଏ ଜୀବନ ସାରା ପ୍ରେମ ରଙ୍ଗେ ଭରା

ପ୍ରେମରେ ମଜୁଛି ନିତ୍ୟ,

ମୋ ପ୍ରେମ ଶାଶ୍ବତ ଚିରନ୍ତନ ପୁଣି

ପ୍ରେମ ମୋ ଅଟଇ ସତ୍ଯ ।

ବସନ୍ତ ଋତୁରେ ଫଗୁଣ ବାସ୍ନାରେ

ଯାଅ ତୁମେ ମହକାଇ,

ତୁମ ପ୍ରେମ ବିନା ଏ ଜୀବନ ସାରା

ଅନ୍ଧାର ସମ ଲାଗଇ ।

ହୃଦୟରେ ମୋର ଚହଟାଇ ବାସ

ମନ କଲ ହରଷିତ,

ଏଇ ଆମ ପ୍ରେମ ଯୁଗ ଯୁଗ ପାଇଁ

ହେବ ନାହିଁ କଳୁଷିତ ।


Rate this content
Log in

Similar oriya poem from Romance