STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ପ୍ରେମ ରଙ୍ଗ

ପ୍ରେମ ରଙ୍ଗ

1 min
2.8K

ନାଲି, ନେଲି ରଙ୍ଗ କେତେ ମୁଁ ଦେଖିଛି

ଦେଖି ଅଛି କେତେ ଶାଗୁଆ, କଳା

ପ୍ରେମରଙ୍ଗ ଏତେ ନିଆରା ସତେ କି

ମନେ ହୃଦୟରେ ପଶି ନ ଥିଲା


ଜୀବନଟା ଜିଇଁବା ଏତେ ସହଜ ଯେ

ପ୍ରେମରେ ପଡିଲେ ଜାଣିବ ବାବୁ

ମନ ମରୁଭୂମି ସରଗ ସାଜଇ

ଦୁଃଖ କିବା ଦେବ ଦରଜ ଆଉ


ଶ୍ରାବଣର ଧାରା ସତେ କିବା ହୀରା

ଜୀବନେ ସପନେ ଝଟକୁ ଥାଏ

ମନ ପକ୍ଷୀ ଉଡ଼େ ସୁନୀଲ ଆକାଶେ

ପ୍ରଜାପତି ଆସି ଗାଲରେ ଚୁମେ


ମିଠା ଲାଗେ ସଭିଙ୍କର କଥା ପୁଣି

ମିଠା ଲାଗେ ଶୁଣି ପ୍ରିୟାର କଥା

ପ୍ରିୟାର କୋଳରେ ସରଗ ମିଳଇ

ଭୁଲିଯାଏ ସବୁ ମନର ବ୍ୟଥା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract