STORYMIRROR

Dipti lekha Mishra

Romance Others

3  

Dipti lekha Mishra

Romance Others

ପ୍ରେମ ରଜ୍ଜୁ

ପ୍ରେମ ରଜ୍ଜୁ

1 min
118

ପ୍ରେମର ରଜ୍ଜୁକୁ ଧରିଛ କି କେବେ

ଯଦି ନା ତା ହେଲେ ମୁଁ କହୁଛି ଶୁଣ

ସାଗର ଠାରୁ ଗଭୀର

ବରଫ ଠାରୁ ଥଣ୍ଡା

ଅଗ୍ନି ଠାରୁ ଭୟଙ୍କର

ପରମାଣୁ ବୋମା ଭଳି

ବିନାଶକାରୀ ମଧ୍ୟ ।

ସେ ଲୁହା ଭଳି ସଶକ୍ତ

ନା କଇଁଚିରେ କାଟି ହେବ

ନା କୁରାଢି କି କାତିରେ

ନା ପନିକିରେ ନା

ଧାରୁଆ ଅସ୍ତ୍ରରେ !

ସେ ରଜ୍ଜୁରେ ପିନ୍ଧିଛ କି କେବେ

ପାନପତର ଭଳି ଲକେଟ୍

କି ଧରିଛ କି କେବେ ସେ ଚିହ୍ନର

କିଛି ଅଭୁଲା ସ୍ମୄୄୄତି

ପଢିଛ କି କେବେ ତା ଇତିହାସ

ଯଦି ନା ତା ହେଲେ ମୁଁ କହୁଛି ଶୁଣ

ଭାରୀ ସୁନ୍ଦର ସେ ଲଭ୍ ଚିହ୍ନ !

ଗୁଣିଆ ଭଳି ଝାଡିପାରେ

ନଦୀ ପରି ବୋହିପାରେ

ଧୂଆଁ ଭଳି କୁହୁଳେ

ଆଉ କେବେ ନିଆଁ ଭଳି

ହୁଏ ହୁତ୍ ହୁତ୍ ଆଉ ବିନାଶକାରୀ ।

ସବୁଜ ସୁନ୍ଦର କରିପାରେ

ତୁମ ହୄୄଦୟ ଦରବାରକୁ

ତ ପୁଣି ସଜାଇପାରେ

ସରଗ ଠାରୁ ସୁନ୍ଦର ପୁର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance