ପ୍ରେମ ରଜ୍ଜୁ
ପ୍ରେମ ରଜ୍ଜୁ
ପ୍ରେମର ରଜ୍ଜୁକୁ ଧରିଛ କି କେବେ
ଯଦି ନା ତା ହେଲେ ମୁଁ କହୁଛି ଶୁଣ
ସାଗର ଠାରୁ ଗଭୀର
ବରଫ ଠାରୁ ଥଣ୍ଡା
ଅଗ୍ନି ଠାରୁ ଭୟଙ୍କର
ପରମାଣୁ ବୋମା ଭଳି
ବିନାଶକାରୀ ମଧ୍ୟ ।
ସେ ଲୁହା ଭଳି ସଶକ୍ତ
ନା କଇଁଚିରେ କାଟି ହେବ
ନା କୁରାଢି କି କାତିରେ
ନା ପନିକିରେ ନା
ଧାରୁଆ ଅସ୍ତ୍ରରେ !
ସେ ରଜ୍ଜୁରେ ପିନ୍ଧିଛ କି କେବେ
ପାନପତର ଭଳି ଲକେଟ୍
କି ଧରିଛ କି କେବେ ସେ ଚିହ୍ନର
କିଛି ଅଭୁଲା ସ୍ମୄୄୄତି
ପଢିଛ କି କେବେ ତା ଇତିହାସ
ଯଦି ନା ତା ହେଲେ ମୁଁ କହୁଛି ଶୁଣ
ଭାରୀ ସୁନ୍ଦର ସେ ଲଭ୍ ଚିହ୍ନ !
ଗୁଣିଆ ଭଳି ଝାଡିପାରେ
ନଦୀ ପରି ବୋହିପାରେ
ଧୂଆଁ ଭଳି କୁହୁଳେ
ଆଉ କେବେ ନିଆଁ ଭଳି
ହୁଏ ହୁତ୍ ହୁତ୍ ଆଉ ବିନାଶକାରୀ ।
ସବୁଜ ସୁନ୍ଦର କରିପାରେ
ତୁମ ହୄୄଦୟ ଦରବାରକୁ
ତ ପୁଣି ସଜାଇପାରେ
ସରଗ ଠାରୁ ସୁନ୍ଦର ପୁର ।

