STORYMIRROR

Kabiratna Nutan Kumar Behera

Romance Inspirational

4  

Kabiratna Nutan Kumar Behera

Romance Inspirational

ପ୍ରେମ ପୂଜାରିଣୀ ଫୁଲରାଣୀ

ପ୍ରେମ ପୂଜାରିଣୀ ଫୁଲରାଣୀ

1 min
292

  

ଫୁଲ ଫୁଟି ଉପବନେ  

ମହକେ ତାର ରୂପ ଲାବଣ୍ୟେ, 

ଛନଛନ ଯଉବନେ  

ପ୍ରୀତି ନିଶା ଜାଗି ଉଠେ ମନେ।


ପ୍ରାଣେ ତା' ରୋମାଞ୍ଚ ଆଣି  

ମଧୁ ମହକ ଦିଅଇ ବୁଣି,

ରସିକ ମଧୁପ ଜାଣି  

ଆସିବ ତୋଳି ମଧୁ ରାଗିଣୀ।


ଅଙ୍ଗେ ରଙ୍ଗେ ଖେଳେ ଢେଉ  

ଉଛୁଳି ପଡ଼େ ପ୍ରୀତିର ମହୁ,

ସହି ସେ ପାରୁନି ଆଉ  

ବିରହ ବେଦନା ସାଜେ ଦାଉ।


ଅଭିସାରିକାର ଠାଣି  

ପ୍ରତୀକ୍ଷାରେ ପ୍ରୀତି ପାଗଳିନୀ,

ମଧୁପର ସେ ସଜନୀ  

ପ୍ରେମ ପୂଜାରିଣୀ ଫୁଲରାଣୀ।


ଫଗୁଣେ ବହେ ମଳୟ 

ବିରହ ନିଆଁ ଜାଳେ ହୃଦୟ,

ବିତି ଯାଏ ଏ ସମୟ 

ହେ ପ୍ରିୟ ହୁଅନା ନିରିଦୟ।


ରେ ମଧୁପ ରଖ ମାନ

ଫୁଲରାଣୀ କରେ ନିମନ୍ତ୍ରଣ,

ପ୍ରଣୟେ ପ୍ରାଣ ରଞ୍ଜନ

ହେଉ ଶୁଣି ମଧୁର ଗୁଞ୍ଜନ।


ମିଳନେ ମଧୁମୟ ଧରଣୀ 

ପ୍ରେମେ ପ୍ରେମୀଏ ବନ୍ଦୀ ବନ୍ଦିନୀ,

କହେ ପ୍ରକୃତିର ବାଣୀ 

ପ୍ରେମ ପୂଜାରିଣୀ ଫୁଲରାଣୀ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance