ପ୍ରେମ ପଥ ଖସଡ଼ା
ପ୍ରେମ ପଥ ଖସଡ଼ା
ଭଲ ପାଇବାର ଏଇ ନିଦର୍ଶନ
ଦୁଇଟି ଆତ୍ମା ମିଳନ
ନବ ଯଉବନେ ଅବାଧ୍ୟ ଫଗୁଣେ
ଭରେ ନୂଆ ଉନ୍ମାଦନ ।
ମନ ଉଡ଼ିବୁଲେ ପରୀ ରାଇଜରେ
ଖୋଜୁଥାଏ ସାଥିଟିଏ
ଆଖି ଦେଖୁଥାଏ ରଙ୍ଗୀନ ଦୁନିଆଁ
ମନଲାଖି ଫୁଲଟିଏ ।
କେଜାଣି କେବେଳେ ଦୁଇଟି ମନରେ
ଅଜାଣତେ ହୁଏ ପ୍ରେମ
ଅଜଣା ରଜ୍ଜୁରେ ବାନ୍ଧି ହୋଇ ଦୁହେଁ
ନମାନନ୍ତି ବାଧାବିଘ୍ନ ।
ଦୁଇକୂଳ ଖାଇ ପୀରତିର ନଈ
ବହୁଥାଏ ଖର ସ୍ରୋତେ
ଖସିଗଲେ ଗୋଡ଼ ଟାଣିନିଏ ତୋଡ
ଗଭୀରତା ଅନୁପାତେ ।
ନାହିଁ ଜାତି ନିତି କି ଧନ ସମ୍ପତ୍ତି
ତୁଚ୍ଛ ସବୁ ପ୍ରେମ ପାଶେ
ଭଗ୍ନି ପିତାମାତା ବଇରୀ ଗଣିତା
ବିରୋଧତା ଯେବେ ଆସେ ।
ପ୍ରେମର ପଥଟି ଖସଡ଼ା ଶିଡିଟି
ଆସେ ନାନା ବାଧାବିଘ୍ନ
ଦୈହିକ ପ୍ରେମରେ ବନ୍ଧା ହୋଇଥିଲେ
କ୍ଷଣେ ହୋଇଯାଏ ଲୀନ ।
ଶାଶ୍ୱତ ପ୍ରେମରେ ଯୁଗଳ ବନ୍ଦୀରେ
ଆସୁ ଯେତେ ବାଧାବିଘ୍ନ
ପର୍ବତ ପରାଏ ସବୁ ସହିଯାଏ
ଶେଷେ ମିଳେ ଶୀର୍ଷ ସ୍ଥାନ ।
ବହିବା ବତାସ କ୍ଷଣେ ହୁଏ ନାଶ
ଦିଶଇ ନୂଆ ସକାଳ
ରକ୍ତ ସମ୍ପର୍କୀୟ ହୁଅନ୍ତି ସହାୟ
କରନ୍ତି ସର୍ବେ ଆଦର ।