STORYMIRROR

Geetanjali Prusty

Romance

4  

Geetanjali Prusty

Romance

ପ୍ରେମ ପରିଭାଷା

ପ୍ରେମ ପରିଭାଷା

1 min
331


ପରାଜିତ ତୁମ ପ୍ରେମ ପାରାବାରେ 

ଲକ୍ଷ୍ୟହୀନ ମୋର ଯାତ୍ରା 

ନୀଳ ନୀଳ ସ୍ମୃତି ନୀଳ ତରଙ୍ଗରେ

ବିଦଗ୍ଧ ମୁଁ ଅଭିଶପ୍ତା ll


ଉଜାଣି ବହୁଛି ପ୍ରୀତି ପ୍ରତୀକ୍ଷାର 

ପ୍ରାୟୋଜିତ ପରିଭାଷା

ଏ ମନ ମନ୍ଦିରେ ମହାଦୀପ ଜାଳି

ରଖିଛି ଅୟୁତ ଆଶା ll


ଫେରିବକି ତୁମେ ମରୁବାଲି ପରେ

ସ୍ନିଗ୍ଧ କିଶଳୟ ଧରି

ମିଳନ ମାଧୁରୀ ମହକି ଉଠିବ

ହୃଦୟେ ଚମକ ଭରି ll


ନୟନ ଯୁଗଳେ ତୁମ ଛବି ଆଙ୍କି

ଚାହିଁଛି ଆବେଗ ସାଥେ

ଚିନ୍ମୟ ଚେତନା ଚାରୁ ଚିତ୍ରପଟ୍ଟ

ଧରି ପ୍ରଲମ୍ବିତ ପଥେ ll


ପ୍ରଥମ ଦୃଶ୍ୟର ପୁଣ୍ୟ ପୀୟୂଷରେ

ନିତି ମୁଁ ପକାଏ ବୁଡ଼

ପ୍ରଶାନ୍ତ ପୟୋଧି ପୌରୁଷ ତୁମର

କରିଛି ଜୀବରୁ ଜଡ଼ ll


ଶୂନ୍ୟ ଦୃଷ୍ଟି ଢାଳି ହେଉଛି ମୁଁ ଭାଳି

ବହୁ ପ୍ରତୀକ୍ଷାର ଅନ୍ତେ

ଥରଟିଏ ହେଲେ ତପସ୍ୟା ମୋହର

ପୂର୍ଣ୍ଣ କର ଦିବ୍ୟ ପଥେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance