Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

rasmi maye pati

Romance

3  

rasmi maye pati

Romance

ପ୍ରେମ ପରିଭାଷା

ପ୍ରେମ ପରିଭାଷା

1 min
217



ପ୍ରେମ ପରିଭାଷା ବୁଝେ ନୀଳ କଇଁ

   ସରସୀ ଜଳରେ କରେ ପ୍ରତୀକ୍ଷା

ଦିନ ସାରା ଜଳି ହୁଏ ଅର୍ଦ୍ଧ ଦଗ୍ଧ 

   ଚାନ୍ଦ ପ୍ରେମରେ ସେ ହୁଅଇ ବନ୍ଧା ।

ପଙ୍କିଳ ଅଗଣା ମଧ୍ୟରେ ପଙ୍କଜ

  ଚାହୁଁଥାଏ ସବିତାକୁ ପ୍ରେମରେ

ବାଦଲ ସନ୍ଧିରୁ ଆସନ୍ତି ଆଦିତ୍ୟ

 ପ୍ରେମସୁଧା ଢାଳନ୍ତି ତା ଉପରେ ।

ପ୍ରେମର ମନ୍ଦିରେ ଦୁଇଟି ପୂଜାରୀ

  ନିବିଡ଼ ଡୋରିରେ ଥାଆନ୍ତି ବନ୍ଧା

ଜଣେ ଜାଳେ ଦୀପ ତା ପୀରତି ପାଇଁ

   ପ୍ରେମ ଶିଖା ସଦା ରହେ ଅଲିଭା ।

ହୃଦୟର ଭାଷା ଆନ ଜଣେ ବୁଝେ

  ପ୍ରେମ ପରିଭାଷା ତାହାରି ନାମ

ତ୍ୟାଗ ବଳିଦାନ ଥାଏ ସମର୍ପଣ

  ଶାଶ୍ଵତ ଅଟଇ ଅମ୍ଳାନ ପ୍ରେମ ।।



Rate this content
Log in