STORYMIRROR

Ch Loknath Reddy

Romance

3  

Ch Loknath Reddy

Romance

ପ୍ରେମ ଫାଟ

ପ୍ରେମ ଫାଟ

1 min
269


ସରିଗଲା ଆମ       ସୁମଧୁର ପ୍ରେମ

       ଯାହାଥିଲା କାଲି ସର

ପର କରି ଆଜି       ଦୁରେଇ ଚାଲିଲୁ

      ଭୁଲିଯାଇ ପ୍ରେମ ମୋର |

ସତ ଥିଲା ମୋର    ପ୍ରଣୟ ସମ୍ପର୍କ

      ନ ଥିଲା ପ୍ରେମରେ ସ୍ୱାର୍ଥ

କହ ତୁହି ପ୍ରିୟା       ଦୂର କରି ମୋତେ

       ପାଇଲୁ କି କିଛି ଅର୍ଥ |

ବେଇମାନି ହେଲୁ     ପ୍ରତାରଣା ଦେଇ

      ଛାଡି ପ୍ରିୟା ଆଜି ମୋତେ

କେଉଁ ସୁଖ ପାଇଁ      ଚିନ୍ତିତ ହୋଇଲୁ

       କହିପାରିବୁ କି ମୋତେ?

କହିଥିଲୁ ଦିନେ        ଆଲୋ ସ୍ୱାର୍ଥପରୀ!

        ଅଟେ ମୁଁ ତୋ ଜୀବଧନ

ଆଜି ଏହି କଥା       କିଭଳି ଭୁଲିଲୁ

       କିଭଳି ହସେ ତୋ ମନ?

କରି ମୁଁ ନ ଥିଲି       କାହାକୁ ନିଜର

       ଚାଲୁଥିଲି ସଦା ଏକା

ତୋ ଛଳ ପ୍ରେମରେ  ବାନ୍ଧିଦେଇ ମୋତେ

     ଆଜି ଦେଇଗଲୁ ଧୋକା |

କାହିଁକି କରିଲୁ        ପ୍ରେମର ବାହାନା

        ମିଠା ମିଠା କଥା କହି

ସୁସ୍ୱାଦୁ ପ୍ରେମରେ     କଳଙ୍କ ଲଗେଇ

      ଗଲୁ ବିଷ ମୋତେ ଦେଇ |

ଲୁଟିନେଲୁ ମୋର     ଯାହାଥିଲା ଧନ

       ଦୀନ ହୀନ କରି ମୋତେ

ତୋ ଛଳ ପ୍ରେମରେ  ଧୋକା ଖାଇ ଆଜି

        ପିଉଛି ଲୁହ ମୁଁ କେତେ |

ଭାବିଥିଲି ଦିନେ      ଥିବ ଆମ ପ୍ରେମ

       କ୍ଷୀରନୀର ହୋଇ ସଦା

ଛାଡ଼ିଦେଲା କ୍ଷୀର    ନୀରକୁ ତାହାର

       ନୀର ହୋଇଗଲା ଅଧା ||


Rate this content
Log in

Similar oriya poem from Romance